ଚାଇନାର ରାଷ୍ଟ୍ରପତି ସି ଜିନପିଙ୍ଗ ଗୃହବନ୍ଦୀ !

ଚାଇନାର ରାଷ୍ଟ୍ରପତି ସି ଜିନପିଙ୍ଗ ଗୃହବନ୍ଦୀ !

ଚାଇନାର ରାଷ୍ଟ୍ରପତି ସି ଜିନପିଙ୍ଗ ଗୃହବନ୍ଦୀ !


ବେଜିଂ: ଚାଇନାର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଦେଶର ସେନା ଗୃହବନ୍ଦୀ କରି ରଖିବା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୋଶାଲ ମିଡିଆରେ ପ୍ରକାଶ ପାଇଥିବା ଏକାଧିକ ଚାଇନିଜ ଓ ପାଶ୍ଚାତ୍ୟ ଦେଶର ରିପୋର୍ଟରେ ଜିନପିଙ୍ଗକୁ ପିଏଲଏ ତାଙ୍କରି ଘରେ ବନ୍ଦୀ କରି ରଖିଥିବା ଦାବି କରାଯାଇଛି। ନିକଟରେ ସମକରନ୍ଦରେ ଆୟୋଜିତ ଏସ୍‌ସିଓ ସମ୍ମିଳନୀରେ ଜିନପିଙ୍ଗ ଯୋଗ ଦେଇଥିଲେ।

ସେ ଏସ୍‌ସିଓ ସମ୍ମିଳନୀ କରୁଥିବା ବେଳେ ତାଙ୍କୁ ଚାଇନାର ପିପୁଲ୍ସ ଲିବେରେସନ ଆର୍ମି ବା ପିଏଲର ମୁଖ୍ୟ ପଦରୁ ହଟାଇ ଦିଆଯାଇଥିଲା। ଏହାପରେ ସେ ଦେଶକୁ ଫେରିବା ପରେ ତାଙ୍କୁ ଗୃହବନ୍ଦୀ କରି ରଖାଯାଇଥିବା ରିପୋର୍ଟରେ କୁହାଯାଇଛି। ତେବେ ଚାଇନା ସରକାର ପକ୍ଷରୁ କିମ୍ବା ଚାଇନିଜ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ଏ ସମ୍ପର୍କରେ କୌଣସି ବିବୃତି ଜାରି କରାଯାଇନି। ସେହିପରି ଦେଶର ସରକାରୀ ମିଡିଆ ମଧ୍ୟ କିଛି କହିନାହିଁ।

ଗୃହବନ୍ଦୀ ଖବର ସୋଶାଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଏହାକୁ ବଳ ଦେଇଛି ବିଜେପି ନେତା ସୁବ୍ରମଣିଅନ ସ୍ୱାମୀଙ୍କ ଗୋଟିଏ ଟ୍ୱିଟ। ସେ କହିଛନ୍ତି, ନୂଆ ଗୁଜବକୁ ଯାଞ୍ଚ କରିବା ଦାରକର। କ’ଣ ସି ଜିନପିଙ୍ଗ ବେଜିଂରେ ଗୃହବନ୍ଦୀ ହୋଇଛନ୍ତି? ଯେତେବେଳେ ସି ସମକରନ୍ଦରେ ଥିଲେ ସେତେବେଳେ ଚାଇନିଜ କମ୍ୟୁନିଷ୍ଟ ପାର୍ଟିର ତାଙ୍କୁ ଚାଇନିଜ ଆର୍ମିର ମୁଖ୍ୟ ପଦରୁ ହଟାଇବାକୁ ନିଷ୍ପତ୍ତି ନେଇଥିଲା। ଏହାପରେ ଗୃହବନ୍ଦୀ ଘଟଣା ସାମ୍ନାକୁ ଆସିଛି। ତେଣୁ ଗୁଜବର ସତ୍ୟତା ଜାଣିବା ଉଚିତ ବୋଲି ସେ କହିଛନ୍ତି।