ଚାଷୀ ପଞ୍ଜିକରଣ ଅବଧି ବୃଦ୍ଧି

ଚାଷୀ ପଞ୍ଜିକରଣ ଅବଧି ବୃଦ୍ଧି

ଚାଷୀ ପଞ୍ଜିକରଣ ଅବଧି ବୃଦ୍ଧି
ଭୁବନେଶ୍ୱର: ରାଜ୍ୟ ସରକାର ମଙ୍ଗଳବାର ଚାଷୀ ପଞ୍ଜିକରଣ ଅବଧିକୁ ବୃଦ୍ଧି କରିଛନ୍ତି । ଖରିଫ ଋତୁ ଧାନ ସଂଗ୍ରହ ପାଇଁ ପଞ୍ଜିକରଣ ଅବଧିକୁ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି । ଆଜି ଅର୍ଥାତ ମଙ୍ଗଳବାର ପଞ୍ଜିକରଣର ଶେଷ ଦିନ ଥିବାବେଳେ ଏହାକୁ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏବେ ସୁଦ୍ଧା ପ୍ରାୟ ୧୦ ଲକ୍ଷ ଚାଷୀ ପଞ୍ଜିକୃତ ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।