ଚୀନକୁ ଝଟକା ଦେଲା ଭାରତ
ଚୀନକୁ ଝଟକା ଦେଲା ଭାରତ
ନୂଆଦିଲ୍ଲୀ : ତାଇୱାନକୁ ଶ୍ରୀଲଙ୍କା ପର୍ଯ୍ୟନ୍ତ ଦାଦାଗିରି ଜାରି ରଖିଥିବା ଚୀନକୁ ଆଜି ଭାରତ କଡା ଜବାବ ଦେଇଛି । ଶ୍ରୀଲଙ୍କାରେ ଚୀନ୍ ରାଷ୍ଟ୍ରଦୂତଙ୍କ ଧମକପୂର୍ଣ୍ଣ ବୟାନ ପରେ ଭାରତ କହିଛି ଯେ, ଶ୍ରୀଲଙ୍କାକୁ ସହାୟତା ଦେବା ପରିବର୍ତ୍ତେ ଚୀନ ଭୟଭୀତ କରି ରଖିବାକୁ ପ୍ରୟାସ କରୁଛି ଯାହା କଦାପି ଗ୍ରହଣୀୟ ନୁହେଁ । ଚୀନ ରାଷ୍ଟ୍ରଦୂତ ଶିଷ୍ଟାଚାର ଏବଂ କୂଟନୈତିକ ଶାଳୀନତାକୁ ଭୁଲିଯାଇ ଧମକପୂର୍ଣ୍ଣ ବୟାନ ଜାରି କରିବା ପରେ ଭାରତ ନିଜର ଏକ ଚୀନ ନୀତିରୁ ହଟି ଭିନ୍ନ ବୟାନ ଦେଇଛି । ଶ୍ରୀଲଙ୍କା ଉପରେ ଅନାବଶ୍ୟକ ଚାପ ସୃଷ୍ଟ କରୁଥିବା ଚୀନକୁ ଭାରତ ସ୍ପଷ୍ଟ ଜଣାଇ ଦେଇଛି ଯେ, ତାଇୱାନ ଜଳରାଶୀରେ ଚୀନ୍ ଯେଉଁଭଳି ଭାବେ ବିଧ୍ୱଂସକାରୀ ସମରାଭ୍ୟାସ ଚଳାଇଛି ଏବଂ ଅସ୍ତ୍ର ଠୁଳ କରୁଛି ତାହା ଅତ୍ୟନ୍ତ ଚିନ୍ତାର ବିଷୟ । ଏକ୍ଷେତ୍ରରେ ଚୀନ ସଂଯମ ରକ୍ଷା କରି ପଦକ୍ଷେପ ନେବା ଜରୁରୀ ବୋଲି ଭାରତ କହିବା ପରେ ଏହା କୂଟନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି । ଭାରତ ଚୀନ-ତାଇୱାନକୁ ନେଇ ପ୍ରଥମ ଥର ପାଇଁ ଏଭଳି ବୟାନ ଜାରି କରିଛି । ଭାରତର ବିଦେଶ ନୀତିରେ ଏଭଳି ପରିବର୍ତ୍ତନ ଆଗକୁ ଏକ ଭିନ୍ନ ରଣନୀତିର ସୂଚନା ଦେଉଛି ।
ତାଇୱାନ ପ୍ରସଙ୍ଗରେ ଏବେ ଜାପାନ ଓ ଆମେରିକା ସହ ଭାରତ ବୟାନ ମେଳ ଖାଇବା ଅନ୍ତର୍ଜାତୀୟ କୂଟନୀତିର ଏକ ନୂଆ ସୋପାନ ବୋଲି କୁହାଯାଉଛି ।




admin 