ଚୂନମାଟି ଅତଡା ଧସି ୩ ମୃତ

ଚୂନମାଟି ଅତଡା ଧସି ୩ ମୃତ

ଚୂନମାଟି ଅତଡା ଧସି ୩ ମୃତ
ଭୁବନେଶ୍ୱର: ପଡାଗୁଡା ଗାଁ ନିକଟରେ ଚୂନମାଟି ଅତଡା ଧସି ୩ ଜଣ ମହିଳା ମୃତ, ୧ ଗୁରୁତର ହୋଇଥିବା ସୂଚନା ମିଳିଛି । ଘର ଲିପିବା ପାଇଁ ମାଟି ଆଣୁଥିବା ବେଳେ ଅଘଟଣର ଶିକାର ହୋଇଥିଲେ । ପଟାଙ୍ଗୀ ମିରିୟାଲିଗୁଡାରୁ ପୋଡାଗୁଡାକୁ ମାଟି ପାଇଁ ଯାଇଥିଲେ ୪ ଜଣ ମହିଳା । ଗୁରୁତର ମହିଳା ଜଣଙ୍କୁ ପଟ୍ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଛି । ଚୂନମାଟି ଅତଡା ତେଳ ଚାପି ହୋଇଯିବାରୁ ୩ ଜଣଙ୍କ ମୃତୁ୍ୟ ଘଟିଛି । ଘଟଣାସ୍ଥଳରେ ପୋଲିସ ପହଂଚି ଘଟଣାର ତଦାରଖ କରିଛନ୍ତି । ଚୂନମାଟି ଅତଡା ତଳୁ ୩ ଜଣ ମହିଳା ମୃତଦେହ ଉଦ୍ଧାର ହୋଇଛି । ରେଙ୍ଗା ଗ୍ରାମ ପଂଚାୟତର ପଡାଗୁଡା ଗାଁ ନିକଟରେ ଅଭାବନୀୟ ଘଟଣା ଘଟିଛି ।