ଚୋରି ରାକେଟର ପର୍ଦାଫାସ କଲା କୋରାପୁଟ ପୋଲିସ
ଚୋରି ରାକେଟର ପର୍ଦାଫାସ କଲା କୋରାପୁଟ ପୋଲିସ
admin
May 12, 2020 - 12:03
Updated: May 12, 2020 - 12:03
ରାଜ୍ୟରେ ଏବେ କରୋନାକୁ ନେଇ ଲକଡାଉନ ଚାଲିଥିବାବେଳେ ଚୋରି ଭଳି ଲଜ୍ୟାଜନିତ କାର୍ଯ୍ୟ କରିବାକୁ ପଛାଉନାହାନ୍ତି କିଛି ଦୃବୁତ । ଏଭଳି କିଛି ଘଟଣା ଦେଖିବାକୁ ମଳିଛି କୋରାପୁଟ ଜିଲ୍ଲାରେ ।
କୋରାପୁଟ ପୋଲିସ କୁ ମିଳିଛି ବଡ ସଫଳତା । ସହରରେ ଏକ ଚୋରି ରାକେଟ କୁ ଧରିବାରେ ସଫଳ ହେଇଛି କୋରାପୁଟ ପୋଲିସ । ବିଭିନ୍ନ ସମୟରେ ସହରରେ ଚୋରି କରୁଥିଲେ ଏହି ଚୋରି ରାକେଟ । ରାକେଟ ର ୬ ଜଣ ଙ୍କୁ ଧରିବା ସହିତ ଧରାପଡିଛନ୍ତି ୨ ମାଷ୍ଟରମାଇଣ୍ଡ । ପୂର୍ବରୁ ସେମାନଙ୍କ ବିରୋଧ ରେ ୧୨ ଟି ଚୋରି ମାମଲା ଅଛି । ଗିରଫ ହୋଇଥିବା ଚୋରଙ୍କଠାରୁ ୨ ଟି ମାଉଜର, ଦୁଇ ରାଉଣ୍ଡ ଜୀବନ୍ତ ଗୁଳି ,ଗୋଟିଏ ଖଣ୍ଡା ,୨୧ ଟି ମୋବାଇଲ, ୩ଟି ବାଇକ୍ ସହ ବିଭିନ୍ନ ସୁନା ଗହଣା ଜବତ କରିବା ସହିତ ୮୦ହଜାର ଟଙ୍କା ମଧ୍ୟ ଜବତ କରିଛି ଜିଲ୍ଲା ପୋଲିସ । ଏନେଇ ଥାନା ଅଧିକାରୀ ପୀତବାସ ଧାରୁଆ ସୂଚନା ଦେଇଛନ୍ତି ।