ଜଙ୍ଗଲରେ ଗୁଳିବଦ୍ଧ ହାତୀ!
ଜଙ୍ଗଲରେ ଗୁଳିବଦ୍ଧ ହାତୀ!
ନରସିଂହପୁର : କଟକ ଜିଲ୍ଲା ନରସିଂହପୁର ଅଂଚଳର ନୂଆଗଡ଼ କମ୍ପାର୍ଟମେଣ୍ଟନଂ ୩ରେ ଏକ ଅସୁସ୍ଥ ହାତୀ ବୁଲଛି । ତେବେ ହାତୀଟିକୁ ଗୁଳିମାଡ ହୋଇଛି ନା ସଂକ୍ରମଣ ଯୋଗୁ ସେ ଅସୁସ୍ଥ ହୋଇପଡିଛି ତାହା ସ୍ପଷ୍ଟ ହୋଇପାରି ନାହିଁ । ସ୍ଥାନୀୟ ଲୋକେ ହାତୀଟି କୁ ଗୁଳିମାଡ ହୋଇଥିବା କହୁଥିବା ବେଳେ ବନ ବିଭାଗ ଟିମ୍ଆଜି ଘଟଣାସ୍ଥଳକୁ ଯିବେ ବୋଲି ବନ ବିଭାଗ ଅଧିକାରୀ ପ୍ରଫୁଲ୍ଲ କୁମାଙ୍କ ସୂଚନା ଦେଇଛନ୍ତି ।
ବନ ବିଭାଗ ଅଧିକାରୀ ପ୍ରଫୁଲ୍ଲ କୁମାଙ୍କ ସୂଚନା ଅନୁସାରେ, ଆଜି ବନ୍ୟ ପ୍ରାଣୀ ବିଶେଷଜ୍ଞ ଟିମ୍ ଓ ସାତକୋଷିଆ ୱାଇଲ୍ଡ ଲାଇଫର ଏକ ଟିମ ଘଟଣାସ୍ଥଳକୁ ଯାଇ ହାତୀକୁ ଟ୍ରାଙ୍କୁଲାଇଜ କରି ଚିକିସôା କରିବେ । ଅନ୍ୟ ପକ୍ଷରେ ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଜଙ୍ଗଲକୁ କାଠ ପାଇଁ ଯାଇଥିବା ବେଳେ ହାତୀ କାନରେ ଗୁଳି ବାଜିଥିବା ଦେଖୁଥିଲେ । ଏହାପରେ ବନ ବିଭାଗକୁ ଖବର ଦେଇଥିଲେ ।




admin 