ଜଣେ ୧୨ବର୍ଷୀୟ ଛାତ୍ରଙ୍କ ସହ ଜୋରଜବରଦସ୍ତି ଅପ୍ରାକୃତିକ ଯୌନସମ୍ପର୍କ କଲେ ଟୁ୍ୟସନ ଶିକ୍ଷକ

ଜଣେ ୧୨ବର୍ଷୀୟ ଛାତ୍ରଙ୍କ ସହ ଜୋରଜବରଦସ୍ତି ଅପ୍ରାକୃତିକ ଯୌନସମ୍ପର୍କ କଲେ ଟୁ୍ୟସନ ଶିକ୍ଷକ

ଜଣେ ୧୨ବର୍ଷୀୟ ଛାତ୍ରଙ୍କ ସହ ଜୋରଜବରଦସ୍ତି ଅପ୍ରାକୃତିକ ଯୌନସମ୍ପର୍କ କଲେ ଟୁ୍ୟସନ ଶିକ୍ଷକ
ଚନ୍ଦ୍ରଶେଖରପୁର : ଜଣେ ଛାତ୍ରଙ୍କ ସହ ଅପ୍ରାକୃତିକ ଯୌନ ସଂପର୍କ ରଖିବା ଅଭିଯୋଗରେ ଚନ୍ଦ୍ରଶେଖରପୁର ଥାନା ପୁଲିସ ନୀଳାଦ୍ରିବିହାର ବସ୍ତି ଅଞ୍ଚଳର ଜଣେ ଟୁ୍ୟସନ ଶିକ୍ଷକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି । ଏହାସହ ନିକଟସ୍ଥ ଏକ ହସ୍ପିଟାଲରେ ଉଭୟ ଛାତ୍ର ଓ ଶିକ୍ଷକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଇଛି । ଏହି ଘଟଣାକୁ କେନ୍ଦ୍ର କରି ବସ୍ତିରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ତେଣୁ କୌଣସି ଅପ୍ରୀତିକର ପରିସ୍ଥିତି ଆଶଙ୍କାରେ ବସ୍ତିରେ ଗୋଟିଏ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ସୂଚନା ଅନୁଯାୟୀ, ଉକ୍ତ ବସ୍ତିରେ ଶିକ୍ଷକଜଣଙ୍କ ଭଡ଼ାରେ ରହି ଟୁ୍ୟସନ କରୁଥିଲେ । ପାଖାପାଖି ୧୦ଜଣ ଛାତ୍ରଛାତ୍ରୀ ତାଙ୍କ ଘରକୁ ଟୁ୍ୟସନ ପାଇଁ ଯାଉଥିଲେ । ଗତ ରାତିରେ ସବୁ ବିଦ୍ୟାର୍ଥୀ ଚାଲିଯିବା ପରେ ଜଣେ ୧୨ବର୍ଷୀୟ ଛାତ୍ରଙ୍କ ସହ ସେ ଜୋରଜବରଦସ୍ତି ସମ୍ପର୍କ ରଖିଥିଲେ । ଛାତ୍ରଜଣଙ୍କ କଷ୍ଟ ସହି ନପାରି ଉଲଗ୍ନ ଅବସ୍ଥାରେ ଘରକୁ ପଳାଇ ଆସିବା ସହ ମା’କୁ ସବୁ କଥା କହିଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ପରିବାରଲୋକ ଶିକ୍ଷକଙ୍କ ଘରକୁ ଯାଇ ତାଙ୍କୁ ମାଡ଼ ମାରିବା ସହ ଚନ୍ଦ୍ରଶେଖରପୁର ପୁଲିସକୁ ସୂଚନା ଦେଇଥିଲେ ।