ଜମି ବିବାଦରୁ ହତ୍ୟାକାଣ୍ଡ

ଜମି ବିବାଦରୁ ହତ୍ୟାକାଣ୍ଡ

ଜମି ବିବାଦରୁ ହତ୍ୟାକାଣ୍ଡ
ବ୍ରହ୍ମପୁର: ସମ୍ପତ୍ତି ଓ ସମ୍ପର୍କ । ଏହି ଦୁଇଟି ମଧ୍ୟରୁ ଆଜି କାଲି ଅଧିକାଂଶ ମଣିଷ ସମ୍ପତ୍ତିକୁ ବାଛୁଛନ୍ତି । ଯାହାକୁ ନେଇ କେଉଁଠି ମାରପିଟ ତ କେଉଁଠି ମରଣାନ୍ତକ ଆକ୍ରମଣ । ଏପରିକି ସମ୍ପତ୍ତି ପାଇଁ କାହାର ଜୀବନ ନେବାକୁ ମଧ୍ୟ ପଛାଉନାହାନ୍ତି । ଏଭଳି ଏକ ଅଭାବନୀୟ ଘଟଣା ପୋଲସରା ବ୍ଲକ ମଧୁପଲ୍ଲୀ ପଞ୍ଚାୟତରେ ଘଟିଛି । ଏଠାରେ ଜମି ବିବାଦରୁ ହତ୍ୟାକାଣ୍ଡ ଘଟିଛି । ଗାଁ ଦାଣ୍ଡରେ ଜଣେ ଯୁବକଙ୍କୁ ସଂଘବଦ୍ଧଭାବେ ଆକ୍ରମଣ କରାଯାଇ ହତ୍ୟା କରାଯାଇଛି । ଯୁବକ ଜଣଙ୍କୁ ଜମିଜମା ବିବାଦକୁ ନେଇ ପୂର୍ବରୁ ଥରେ ଆକ୍ରମଣ କରାଯାଇଥିଲା । ଏନେଇ ସେ ଏତଲା ଦେବାକୁ ଯାଇଥିଲେ । ଏତଲା ଦେଇ ଫେରୁଥିବାବେଳେ ତାଙ୍କୁ ସଂଘବଦ୍ଧଭାବେ ଆକ୍ରମଣ କରାଯାଇଥିଲା । ଯେଉଁଥିରେ ତାଙ୍କର ମୃତ୍ୟ ହୋଇଥିଲା । ଏନେଇ ପୁଲିସ ଖବର ପାଇ ଘଟଣାର ତଦନ୍ତ କରୁଛି ।