ଜାଣନ୍ତୁ କିପରି ତିଆରୀ କରିବେ ଆଳୁ-ଫୁଲକୋବିର ଚଟ୍ପଟା ଟିକ୍କା
ଜାଣନ୍ତୁ କିପରି ତିଆରୀ କରିବେ ଆଳୁ-ଫୁଲକୋବିର ଚଟ୍ପଟା ଟିକ୍କା
admin
Dec 17, 2020 - 12:10
Updated: Dec 17, 2020 - 12:10
ଆପଣଙ୍କୁ ଶୀତୁଆ ପାଗରେ କିଛି ଚଟପଟା ଖାଇବାକୁ ଇଚ୍ଛା ହେଉଛି। କିନ୍ତୁ କେମିତି ବଜାର ଭଳି ରାବିଡି ଘରେ ବନାଇବେ ଜାଣିନାହାଁନ୍ତି ତାହେଲେ ଆଜି ଆମେ ଆପଣଙ୍କୁ ଏକ ବଢ଼ିଆ ଏକଦମ୍ ସହଜ ରେସିପି ନେଇ ଆସିଛୁ। ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।
ଆବଶ୍ୟକ ସାମଗ୍ରୀଏକ କପ୍ ବ୍ରେଡ ଗୁଣ୍ଡ
୨ ବଡ଼ ସିଝା ଆଳୁ
୧ କପ୍ ଫୁଲକୋବି (ଗ୍ରେଟେଡ କରିଥିବା)
ଏକ କପ୍ ବେସନ
୧/୨ ଚାମଚ ଧନିଆ ପାଉଡର
ଏକ ଚାମଚ ଜିରା
୧ ଚାମଚ ଲେମ୍ବୁ ରସ
ଏକ ଚାମଚ ଚାଟ୍ ମସଲା
୧ ଚାମଚ ଅଦା-ରସୁଣ ପେଷ୍ଟ
୨ ଟେବୁଲ ଚାମଚ ଧନିଆ ପତ୍ର
ଲୁଣ (ସ୍ୱାଦାନୁସାରେ)
ପ୍ରସ୍ତୁତି ପ୍ରଣାଳୀ
ପ୍ରଥମେ ଏକ ବଡ଼ ପାତ୍ରରେ ସିଝା ଆଳୁର ଚୋପା ଛଡାଇ ଚକଟି ଦିଅନ୍ତୁ। ଏଥିରେ ସମସ୍ତ ସାମଗ୍ରୀକୁ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ମିଡିୟମ ଆଞ୍ଚରେ ପ୍ୟାନ ବସାଇ ତେଲ ଗରମ କରନ୍ତୁ। ଏହାରି ଭିତରେ ଏପଟେ ହାତରେ ତେଲ ଲଗାଇ ମିଶ୍ରଣ ଗୋଟେ ଚାମଚ ଦେଇ ଟିକ୍କା ଆକାରରେ ବନାନ୍ତୁ। ଏହିପରି ଭାବେ ସମସ୍ତ ଟିକ୍କାକୁ ପ୍ରସ୍ତୁତ କରନ୍ତୁ। ଗରମ ତେଲରେ ଟିକ୍କା ପକାଇ ସୁନେଲୀ ରଙ୍ଗ ହେବା ପର୍ଯ୍ୟନ୍ତ ଛାଣନ୍ତୁ । ଏବେ ପ୍ରସ୍ତୁତ ହୋଇଯାଇଛି ଆପଣଙ୍କର ଆଳୁ-ଫୁଲକୋବି ଟିକ୍କା। ଏହାକୁ ଗରମା ଗରମ ଟମାଟୋ ସସ୍ ସହିତ ସର୍ଭ କରନ୍ତୁ।