ଜାଲ୍ ନୋଟ୍ ଜବତ, ଏସ୍ଟିଏଫ୍ ହାତରେ ୨ ମାଫି୍ଆ
ଜାଲ୍ ନୋଟ୍ ଜବତ, ଏସ୍ଟିଏଫ୍ ହାତରେ ୨ ମାଫି୍ଆ
ଭୁବନେଶ୍ୱର: ରାଜ୍ୟରେ ଏବେ ଜାଲନୋଟ କାରବାର ଜୋରଦାର ଚାଲିଛି । ଏହାରି ଭିତରେ କ୍ରାଇମବ୍ରାଞ୍ଚର ସ୍ପେସାଲ ଟାସ୍କ ଫୋର୍ସ ବା ଏସଟିଏଫ ୧୫ ଲକ୍ଷ ଟଙ୍କାର ଜାଲ ନୋଟ ଜବତ କରିଛି । ସମ୍ବଲପୁର ଯୁଯୁମରାରୁ ଉକ୍ତ ଟଙ୍କା ଜବତ କରାଯାଇଛି । ଏହି ଘଟଣାରେ କ୍ରାଇମ୍ବ୍ରାଞ୍ଚ ଏସ୍ଟିଏଫ୍ ସମ୍ବଲପୁର ଯୁଯୁମୁରାରୁ ୨ ଜଣ ମାଫିଆଙ୍କୁ ଗିରଫ କରିଛି। ଏହି ଦୁଇ ଅନ୍ତଃରାଜ୍ୟ ମାଫିଆ ସମ୍ବଲପୁର ସମେତ ବରଗଡ଼ ବରପାଲି ଓ ଅନ୍ୟ ଅଞ୍ଚଳରେ ଜାଲ୍ ନୋଟ୍ କାରବାର ଚଳାଇଥିବା ଜଣାପଡ଼ିଛି।
ଏହି ଘଟଣାରେ ଏସଟିଏଫ ୨ ଜଣ ଆନ୍ତଃରାଜ୍ୟ ମାଫିଆଙ୍କୁ ଗିରଫ କରିଛି । ନିକଟରେ ବରଗଡ଼ ପରପାଲିରୁ ୧୪ ଲକ୍ଷର ଜାଲ ନୋଟ ଜବତ କରାଯାଇଥିଲା । ତେବେ ଏତେ ପରିମାଣର ଜାଲ ନୋଟ କେଉଁଠୁ ଆସୁଛି ତାକୁ ନେଇ ଖୋଳତାଡ଼ ଆରମ୍ଭ ହୋଇଛି ।




admin 