ଜି ଉଦୟଗିରି ଥାନା ଆଇଆଇସିଙ୍କ ନାଁ’ରେ ଏତଲା

ଜି ଉଦୟଗିରି ଥାନା ଆଇଆଇସିଙ୍କ ନାଁ’ରେ ଏତଲା

ଜି ଉଦୟଗିରି ଥାନା ଆଇଆଇସିଙ୍କ ନାଁ’ରେ ଏତଲା

ବାଲିଗୁଡା  : ଜି ଉଦୟଗିରି ଥାନା ମହିଳା ଏସଆଇଙ୍କ ଝୁଲନ୍ତା ମୃତଦେୟ ଘଟଣାରେ ସେହି ଥାନା ଆଇଆଇସି ରେବତୀ ଶବରଙ୍କ ନାଁ’ରେ ଏତଲା ହୋଇଛି । ଏସଆଇ ସ୍ୱାଗତିକା ବେହେରାଙ୍କ ମାଆ ଉଷାରାଣୀ ଏତଲା ଦେଇଛନ୍ତି । ଆଇଆଇସିଙ୍କ ନିର୍ଯାତନା ସହି ନପାରି ଝିଅ ଜୀବନ ହାରିଲା ବୋଲି ସେ ଏତଲାରେ ଦର୍ଶାଇଛନ୍ତି । ଏହା ସହିତ ତାଙ୍କ ଝିଅର ମରଣ ପାଇଁ ରେବତୀ ଶବର ଦାୟୀ ବୋଲି ମାଆ କହିଛନ୍ତି । ଆଇଆଇସି ରେବତୀ ଶବରଙ୍କ ଏତଲା କଥା ଏସଡିପିଓ ସ୍ୱୀକାର କରିଛନ୍ତି ଓ ଅଭିଯୋଗର ତଦନ୍ତ ହେବ ବୋଲି ଏସଡିପିଓ କହିଛନ୍ତି  ।  

ସୂଚନା ଅନୁସାରେ ଗତକାଲି ମହିଳା ସବ୍ ଇନ୍ସପେକ୍ଟରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା । ସେ ସରକାରୀ ଘରେ ଏକୁଟିଆ ରହୁଥିଲେ । ସେ ଦେଢ ବର୍ଷ ହେବ ଜି. ଉଦୟଗିରି ଥାନାରେ ସବ୍ଇନ୍ସପେକ୍ଟର ଭାବେ କାର୍ୟ୍ୟରେ ଯୋଗ ଦେଇଥିଲେ ।