ଜେଲ ଯିବା ସଉକ, ଜେଲ ଯିବା ସଉକ, ବୋମା ମାଡ କରି ୪୫ ବର୍ଷ କଟିଲାଣି ଜେଲରେ

ଜେଲ ଯିବା ସଉକ, ଜେଲ ଯିବା ସଉକ, ବୋମା ମାଡ କରି ୪୫ ବର୍ଷ କଟିଲାଣି ଜେଲରେ

ଜେଲ ଯିବା ସଉକ, ଜେଲ ଯିବା ସଉକ, ବୋମା ମାଡ କରି ୪୫ ବର୍ଷ କଟିଲାଣି ଜେଲରେ

ଭୁବନେଶ୍ୱର : ଦିନେ ବି ଜେଲରେ କାଟିବାକୁ ଲୋକଙ୍କୁ ଭଲ ଲାଗେନି । ସେଥିପାଇଁ ଆଗୁଆ ଜାମିନ ନିମନ୍ତେ ଲୋକମାନେ ହଜାର ହଜାର ଟଙ୍କା ଖର୍ଚ୍ଚ କରନ୍ତି । କିନ୍ତୁ ଏମିତି ଜଣେ ଲୋକ ଅଛନ୍ତି, ସତେଯେମିତି ଜେଲ ତାଙ୍କ ପାଇଁ ଏକ ସଉକ  । ଜୀବନର ୪୫ ବର୍ଷ ସେ ଜେଲରେ କାଟି ସାରିଲେଣି । ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଉପେନ୍ଦ୍ର ମହାନ୍ତି।


୧୯୯୪ରେ ସେ ସୁପ୍ରିମକୋର୍ଟରେ ବୋମା ମାଡ଼ କରିଥିଲେ  । ୨୦୦୦ରେ ବି ଅନୁରୂପ କାଣ୍ଡ ଭିଆଇଥିଲେ ଉପେନ୍ଦ୍ର  । ସେଥିପାଇଁ  ତିହାର ଜେଲରେ ତାଙ୍କୁ ୨୦ ବର୍ଷ ବନ୍ଦୀ ଜୀବନ କାଟିବାକୁ ପଡ଼ିଥିଲା  । ତାଙ୍କର ଅପରାଧିକ କାଣ୍ଡ କଥା ଜାଣିଲେ ଆପଣ ନିହାତି ଆଶ୍ଚର୍ଯ୍ୟ ହେବେ । କାହିଁକିନା ସେ ହତ୍ୟା, ଧର୍ଷଣ ଭଳି ଅପରାଧ କରନ୍ତିନି । କେବଳ ପୋଲିସ ଓ କୋର୍ଟ ଉପରକୁ ବୋମାମାଡ଼ କରି ସେ ଜେଲ ଯାଇଛନ୍ତି  । ଭୁବନେଶ୍ୱର ସଚିବାଳୟ ସମ୍ମୁଖରେ ଜଣେ ପୁଲିସ ଅଫିସର ଓ ଜଣେ କୋର୍ଟ କର୍ମଚାରୀଙ୍କ ଉପରକୁ ମଧ୍ୟ ସେ ବୋମାମାଡ଼ କରିଥିଲେ । ଭୁବନେଶ୍ୱର ସିବିଆଇ କୋର୍ଟ ଉପରକୁ ବୋମାମାଡ଼ କରି ସେ ଏବେ ଝାରପଡ଼ା ଜେଲରେ ଅଛନ୍ତି  । ନେତାଜୀଙ୍କର ସେ ଜଣେ ଦୃଢ଼ ସମର୍ଥକ  । ସେଥିପାଇଁ ନେତାଜୀଙ୍କ ଜୟନ୍ତୀରେ ସେ ଜେଲରେ ଆଳୁଚପ ବାଂଟି ଚର୍ଚ୍ଚା ସୃଷ୍ଟି କରିଛନ୍ତି  ।