ଜୟଲଳିତାଙ୍କ ମୃତ୍ୟୁ ମାମଲାରେ ରିପୋର୍ଟ ଦାଖଲ

ଜୟଲଳିତାଙ୍କ ମୃତ୍ୟୁ ମାମଲାରେ ରିପୋର୍ଟ ଦାଖଲ

ଜୟଲଳିତାଙ୍କ ମୃତ୍ୟୁ ମାମଲାରେ ରିପୋର୍ଟ ଦାଖଲ


ଚେନ୍ନାଇ: ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ମୃତ୍ୟୁ ମାମଲାର ତଦନ୍ତ କରୁଥିବା ଜଷ୍ଟିସ୍ ଅରୁମୁଘସ୍ବାମୀ କମିଶନ ତାମିଲନାଡୁ ସରକାରଙ୍କ ନିକଟରେ ଏହାର ରିପୋର୍ଟ ଦାଖଲ କରିଛନ୍ତି । ଶନିବାର ଦିନ ତଦନ୍ତ କମିଟିର ମୁଖ୍ୟ ଜଷ୍ଟିସ୍ ଅରୁମୁଘସ୍ବାମୀ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି ।

ଏନେଇ ଜଷ୍ଟିସ୍ ଗଣମାଧ୍ୟମ ଆଗରେ କହିଛନ୍ତି, ୧୫୦ ଜଣ ସାକ୍ଷୀଙ୍କ ବୟାନ ଶୁଣିବା ପରେ ଇଂରାଜୀରେ ୫୦୦ ପୃଷ୍ଠାର ରିପୋର୍ଟ ଏବଂ ତାମିଲରେ ପ୍ରାୟ ୬୦୦ ପୃଷ୍ଠାର ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା । ଯାହାକି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାଖଲ ହୋଇଛି । ଏହି ରିପୋର୍ଟକୁ ସାର୍ବଜନୀନ କରିବା ସମ୍ପର୍କରେ ସରକାର ହିଁ ନିଷ୍ପତ୍ତି ନେବେ । ଏଥିରେ ଜୟଲଳିତାଙ୍କ ମୃତ୍ୟୁ ସହ ଜଡିତ ସମସ୍ତ ଘଟଣାକୁ ଉଲ୍ଲେଖ କରାଯାଇଛି ।'' ଏହି ରିପୋର୍ଟ ସନ୍ତୋଷଜନକ ବୋଲି ଅରୁମୁଗସ୍ବାମୀ କହିଛନ୍ତି ।
ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କମୃତ୍ୟୁକୁ ଦୀର୍ଘ ବର୍ଷ ବିତିଗଲାଣି । ୨୦୧୬ରେ ରୋଗାଗ୍ରସ୍ତ ହେବା ପରେ ସେ ୭୫ ଦିନ ଧରି ଚେନ୍ନାଇ ସ୍ଥିତ ଆପୋଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏହାପରେ ୨୦୧୬ ଡିସେମ୍ବର ୫ ତାରିଖ ରାତି ସାଢେ ୧୧ଟା ସମୟରେ ତାଙ୍କର ନିଧନ ହୋଇଥିଲା । ହେଲେ ତାଙ୍କର ମୃତ୍ୟୁକୁ ନେଇ ସେତେବେଳେ ଅନେକ ପ୍ରଶ୍ନ ଉଠିଥିଲା ଏବଂ ରାଜନୀତି ଜୋର୍ ଧରିଥିଲା । ତେଣୁ ଜୟଲଳିତାଙ୍କ ମୃତ୍ୟୁ ଘଟଣାର ଯାଞ୍ଚ ପାଇଁ କମିଶନ ଗଠନ କରାଯାଇଥିଲା । ମାଡ୍ରାସ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତିଜଷ୍ଟିସ୍ ଅରୁମୁଘସ୍ବାମୀ କମିଶନର ନେତୃତ୍ବ ନେଇଥିଲେ ।