ଝରାଫୁଲ ମୃତୁ୍ୟ ମାମଲା: ରାକେଶ ନାଁରେ ଅଭିଯୋଗ

ଝରାଫୁଲ ମୃତୁ୍ୟ ମାମଲା: ରାକେଶ ନାଁରେ ଅଭିଯୋଗ

ଝରାଫୁଲ ମୃତୁ୍ୟ ମାମଲା: ରାକେଶ ନାଁରେ ଅଭିଯୋଗ
ଭୁବନେଶ୍ୱର: ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲଙ୍କ ମୃତଦେହ ଯାଜପୁର ଜିଲ୍ଲା କୁଆଖିଆରୁ ଉଦ୍ଧାର ଘଟଣାରେ ପୁଣି ଏକ ବଡ଼ ଖବର ସାମନାକୁ ଆସିଛି । ଝରାଫୁଲଙ୍କ ବାପା ଏନେଇ ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି । ଝିଅ ଝରାଫୁଲର ରାକେଶ ସ୍ୱାଇଁ ନାମକ ଜଣେ ଯୁବକଙ୍କ ସହ ସମ୍ପର୍କ ଥିଲା ବୋଲି ସେ କହିଛନ୍ତି । ତେଣୁ ଝିଅର ମୃତୁ୍ୟ ପାଇଁ ରାକେଶଙ୍କୁ ସନେ୍ଦହ କରୁଛି ବୋଲି ଝରାଫୁଲଙ୍କ ବାପା କହିଛନ୍ତି । ମିଳିଥିବା ସୂଚନାନୁଯାୟୀ, ରମାଦେବୀରେ +୩ରେ ପାଠ ପଢ଼ୁଥିବା ଝରାଫୁଲ ଭୁବନେଶ୍ୱରରୁ ନିଜ ଘରକୁ ବସ ଯୋଗେ ଫେରିବାର ଥିଲା । ତେବେ ଗତ ୨୬ରୁ ସେ ନିଖୋଜ ଥିବାନେଇ ତାଙ୍କ ବାପା କହିଛନ୍ତି । ଅପରପକ୍ଷରେ ଝରାଫୁଲଙ୍କ ଶବ ଯାଜପୁର ଜିଲ୍ଲା କୁଆଖିଆ ନିକଟସ୍ଥ ରାସ୍ତାକଡ଼ରେ ଗତକାଲି ଠାବ କରାଯାଇଥିଲା । ୨ ଜଣ ଯୁବକ ସ୍କୁଟିରେ ଶବ ଆଣି ରାସ୍ତାକଡ଼ରେ ଫିଙ୍ଗିଦେଇ ଫେରାର ହୋଇଯାଇଥିଲେ । ଯାହାର ସିସିଟିଭି ଫୁଟେଜ ପୁଲିସର ହସ୍ତଗତ ହୋଇଛି । କୁଆଖିଆ ମୂଳାପାଳ ନିକଟରେ ଝରାଫୁଲଙ୍କ ଶବକୁ ଫିଙ୍ଗାଯାଇଥିଲା । ତେବେ ୨ ଯୁବକଙ୍କ ଏହି କାରନାମା ସିସିଟିଭିରେ କଏଦ ହୋଇଛି । ଝରାଫୁଲ ନାୟକଙ୍କ ଘର ମୟୂରଭଞ୍ଜର ହୋଇଥିବାବଳେ ଏସମ୍ପର୍କରେ ସୂଚନା ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଁଚି ଛାନଭିନ କରିଥିଲା । ମୃତ ଯୁବତୀଙ୍କୁ କିଏ କାହିଁକି ହତ୍ୟା କରି ଫିଙ୍ଗିଦେଲା, ତାଙ୍କୁ କୁକର୍ମ କରାଯାଇଛି କି ନାହିଁ ସେନେଇ ପୁଲିସ ଅନୁସନ୍ଧାନ କରୁଛି । ସେହିପରି ସିସିଟିଭି ଫୁଟେଜ ଆଧାରରେ ଦୁଇ ଯୁବକଙ୍କୁ ଧରିବା ପାଇଁ ପୁଲିସ ଜାଲ ବିଛାଇଥିବାବେଳେ ସମ୍ପୃକ୍ତ ୨ ଯୁବକଙ୍କୁ ଚିହ୍ନଟ କରାଯାଇଥିବା ଯାଜପୁର ଏସପି କହିଛନ୍ତି ।