ଟମାଟୋ ଖାଆନ୍ତୁ ଏହି ସବୁ ରୋଗରୁ ମିଳିବ ଫାଇଦା
ଟମାଟୋ ଖାଆନ୍ତୁ ଏହି ସବୁ ରୋଗରୁ ମିଳିବ ଫାଇଦା
admin
Jan 19, 2020 - 05:52
Updated: Jan 19, 2020 - 05:52
ସାଧାରଣତଃ ଶୀତଋତୁରେ ଟମାଟୋ ଅମଳ ହୁଏ । ଏହା ଏକ ଉପାଦେୟ ପରିବା । ଦେହ ପାଇଁ ଅତି ଉପକାରୀ । ଶୀତଋତୁରେ ଆସୁଥିବାରୁ ଏବେ ବଜାରରେ ପ୍ରଚୁର ପରିମାଣରେ ତାଜା ଟମାଟୋ ଉପଲବ୍ଧ ହେଲାଣି । ଏହା ବିଭିନ୍ନ ତରକାରୀ ଓ ବ୍ୟଞ୍ଜନରେ ଲାଗେ ତା ସହିତ ଏହାକୁ ସୁପ, ଚଟଣି ଏବଂ ସାଲାଡରେ ମଧ୍ୟ ବ୍ୟବହାର କରିପାରିବେ । ଏଥିରେ ପ୍ରଚୁର ପରିମାଣରେ ଭିଟାମିନ ଖଣଜି ସହ ମଣିଷ ପାଇଁ ଆବଶ୍ୟକ ହେଉଥିବା ଏକାଧିକ ପୋଷକ ତତ୍ତ୍ୱ ରହିଥାଏ । ଏହା କୋଲେଷ୍ଟରଲ, ମଧୁମେହକୁ ମଧ୍ୟ ନିୟନ୍ତ୍ରିତ କରେ ।
ମଧୁମେହ ରୋଗୀଙ୍କ ପାଇଁ ଏହା ଅତ୍ୟନ୍ତ ଉପକାରୀ ।
ଟମାଟୋ ଶିଶୁଙ୍କ ମାନସିକ ଓ ଶାରୀରିକ ବିକାଶ ପାଇଁ ଉପଯୋଗୀ ।
ପ୍ରତିଦିନ ସକାଳେ ବିନା ପାଣିରେ ଗୋଟିଏ ଟମାଟେ ଖାଆନ୍ତୁ । ଏହା ଦେହ ପାଇଁ ସ୍ୱାସ୍ଥ୍ୟକର ।
ତ୍ୱଚାରେ ଟମାଟୋ ଘସିଲେ ଚମକ ଆସିବ ।
ଟମାଟୋ ସହିତ ଜୁଆଣି ମିଶାଇ ଖାଇଲେ ଗଣ୍ଠିବାତ ଦୂର ହୁଏ ।
ଗର୍ଭାବସ୍ଥାରେ ମହିଳାମାନେ ଡାକ୍ତରଙ୍କ ପରାମର୍ଶ ନେଇ ଟମାଟୋ ଖାଇବା ଉଚିତ ।
ଟମାଟୋରେ ଭିଟାମିନ କେ’ ଏବଂ କ୍ୟାଲସିୟମ ଥିବାରୁ ଏହା ହାଡ଼ ମଜବୁତ କରେ ।
ଟମାଟୋରେ ସୈନ୍ଧବ ଲବଣ ମିଶାଇ ଖାଇଲେ ମୁହଁ ଉଜ୍ଜ୍ୱଳ ଦିଶିବ ।
ନିୟମିତ ଖାଇଲେ ରକ୍ତହୀନତା ଦୂର ହୁଏ ।
ଟମାଟୋ ଓଜନ କମାଇବାରେ ସହାୟକ । ପ୍ରତିଦିନ ୨/୩ ଟି ଟମାଟୋ ଖାଇଲେ ଓଜନ କମିବ ।