ଟାର୍ଗେଟ୍ରେ ଆଫଗାନିସ୍ତାନର ୨୫୦ ମହିଳା ବିଚାରପତି
ଟାର୍ଗେଟ୍ରେ ଆଫଗାନିସ୍ତାନର ୨୫୦ ମହିଳା ବିଚାରପତି
କାବୁଲ : ଆଫଗାନିସ୍ତାନର ୨୫୦ ମହିଳା ବିଚାରପତିଙ୍କ ଜୀବନ ପ୍ରତି ବିପଦ ଅଛି । ସେମାନେ ଖୁବ ଭୟରେ ଅଛନ୍ତି । ଦିନେ ଯେଉଁମାନଙ୍କୁ ସେମାନେ ଜେଲଦଣ୍ଡରେ ଦଣ୍ଡିତ କରିଥିଲେ ଏବେ ସେମାନେ ଜେଲରୁ ମୁକ୍ତ ହୋଇ ସାରିଛନ୍ତି । ତାଲିବାନ କ୍ଷମତାକୁ ଆସିବାପରେ ହଜାର ହଜାର କଏଦୀଙ୍କୁ ମୁକ୍ତ କରିଦେଇଛି । ଏବେ ଏହି କଏଦୀମାନେ ମହିଳା ବିଚାରପତିଙ୍କ ପାଇଁ ବିପଦ ହୋଇଛନ୍ତି । କିଛି ମହିଳା ବିଚାରପତି ଗତ ୨ ସପ୍ତାହ ମଧ୍ୟରେ ଦେଶ ଛାଡ଼ିଦେଇଥିବା ବେଳେ ଅନ୍ୟ ବିଚାରପତିମାନେ ଦେଶ ଛାଡ଼ିବାପାଇଁ ଅପେକ୍ଷା କରି ରହିଛନ୍ତି । ତାଲିବାନମାନେ କହିଛନ୍ତି ମହିଳାଙ୍କ ଅଧିକାରକୁ ସୁରକ୍ଷା ଦିଆଯିବ । କିନ୍ତୁ ବିଚାର ବିଭାଗରେ କାମ କରୁଥିବା ମହିଳାମାନେ ଏବେ ହାଇ ପ୍ରୋଫାଇଲ ଟାର୍ଗେଟରେ ଅଛନ୍ତି । ଗତ ଜାନୁଆରିରେ ସୁପ୍ରିମକୋର୍ଟର ୨ ମହିଳା ବିଚାରପତିଙ୍କୁ ଗୁଳି କରି ହତ୍ୟା କରାଯାଇଛି । ନିକଟରେ ୟୁରୋପ ପଳାଇଥିବା ଜଣେ ଆଫଗାନ ମହିଳା ବିଚାରପତି ଆଫଗାନିସ୍ତାନରେ ସବୁ ମହିଳା ବିଚାରପତିଙ୍କ ଜୀବନ ପ୍ରତି ଘୋର ବିପଦ ଥିବା କହିଛନ୍ତି । ସେ ରଏଟର୍ସକୁ ଏକ ସାକ୍ଷାତକାର ଦେଇ କହିଛନ୍ତି ଯେ କାବୁଲରେ ତାଙ୍କ ଘରକୁ ୪-୫ ଜଣ ତାଲିବାନ ଆତଙ୍କବାଦୀ ଆସି ତାଙ୍କୁ ଧମକ ଦେଇଥିଲେ ।




admin 