ଟିକାକରଣ ପାଇଁ ଆଜି ପହଂଚିବ ଟିକା

ଟିକାକରଣ ପାଇଁ ଆଜି ପହଂଚିବ ଟିକା

ଟିକାକରଣ ପାଇଁ ଆଜି ପହଂଚିବ ଟିକା
ଭୁବନେଶ୍ୱର: ଆଜି ଟିକାକରଣ ପାଇଁ ପହଂଚିବ କୋଭିସିଲ୍ଡ ଓ କୋଭାକ୍ସିନ ଟିକା । ୫୦ ହଜାର ଡୋଜ୍ କୋଭିସିଲ୍ଡ ଓ ୫୦ ହଜାର ଡୋଜ୍ କୋଭାକ୍ସିନ ଟିକା । ଏହି ଟିକା କେନ୍ଦ୍ର ସରକାର ଓଡିଶାକୁ ଯୋଗାଇ ଦେବେ । ୧୮ରୁ ୪୪ ବର୍ଷ ବୟସ୍କଙ୍କ ଟିକାକରଣ ପାଇଁ ୭ରେ ଆସିବ ଟିକା । ୭ ତାରିଖରେ ଟିକାକରଣ ପାଇଁ ୨୬ ହଜାର ଡୋଜ୍ ପହଂଚିବ । ୯ ତାରିଖରେ କୋଭାସିଲ୍ଡର ୨ ଲକ୍ଷ ୨୭ ହଜାର ୭୫୦ ଟିକା ପହଂଚିବ । ଏହି ସମସ୍ତ ଟିକା ରାଜ୍ୟ ସରକାର କମ୍ପାନମାନଙ୍କ ଠାରୁ କିଣିବେ । ଟିକା ପ୍ରସଙ୍ଗରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।