ଟ୍ରକ ଧକ୍କାରେ ଜଣେ ମୃତ, ୩ ଆହତ

ଟ୍ରକ ଧକ୍କାରେ ଜଣେ ମୃତ, ୩ ଆହତ

ଟ୍ରକ ଧକ୍କାରେ ଜଣେ ମୃତ, ୩ ଆହତ
ରାଉରକେଲା: ଲୁଟ ଉଦ୍ୟମ କରୁଥିବାବେଳେ ଟ୍ରକ ଧକ୍କାରେ ଜଣେ ଲୁଟେରାର ମୃତ୍ୟୁ ହୋଇଛି ଏବଂ ୩ ଜଣ ଆହତ ହୋଇଛନ୍ତି । ବାଗଡେଗା ଘାଟିରେ ଲୁଟ ଉଦ୍ୟମ କରୁଥିବା ସମୟରେ ଚାପି ଦେଇଥିଲା ଟ୍ରକ । ଆଉ ୨ଲୁଟେରା ଗିରଫ ହୋଇଥିବାବେଳେ ୩ଜଣ ଆହତଙ୍କୁ ମେଡିକାଲରେ ଭର୍ତି କରାଯାଇଛି । ସୁନ୍ଦରଗଡ଼ ବାଗଡେଗା ଘାଟି ନିକଟରେ ୬ ଜଣିଆ ଲୁଟେରା ଗ୍ୟାଙ୍ଗ୍ ଏକ ଲୁହା ବୋଝେଇ ଟ୍ରକ୍କୁ ଅଟକାଇଥିଲେ । ଟ୍ରକ୍ଟି ଅଟକିବା ସମୟରେ ଲୁଟେରାଙ୍କ ଉପରେ ମାଡ଼ି ଯାଇଥିଲା । ଫଳରେ ଜଣେ ଲୁଟେରା ଘଟଣା ସ୍ଥଳରେ ପ୍ରାଣ ହରାଇଛି । ଆଉ ୩ ଜଣ ଗୁରୁତର ହୋଇପଡ଼ିଥିବାବେଳେ ସେମାନଙ୍କୁ ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଛି । ପୋଲିସ ଅନ୍ୟ ୨ ଜଣଙ୍କୁ ଗିରଫ କରିଛି । ଲୁହା ବୋଝେଇ ଟ୍ରକ୍ ଗାଜିଆବାଦ ଯାଉଥିବାବେଳେ ଲୁଟ ଉଦ୍ୟମ ହୋଇଥିବା ଜଣାପଡ଼ିଛି ।