ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଆଗୁଆ ମିଳିବ ୪ ମାସର ଦରମା

ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଆଗୁଆ ମିଳିବ ୪ ମାସର ଦରମା

ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଆଗୁଆ ମିଳିବ ୪ ମାସର ଦରମା
ଭୁବନେଶ୍ୱର : ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ଏକାବେଳେ ୪ ମାସର ଦରମା ମିଳିବ । ଅପ୍ରେଲ ମାସରେ ସେମାନେ ଅପ୍ରେଲ, ମେ’, ଜୁନ ଓ ଜୁଲାଇର ଦରମା ପାଇବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତିଯେ, କରୋନାର ମୁକାବିଲା ପାଇଁ ଡାକ୍ତରଙ୍କ ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କ ତ୍ୟାଗ, ନିଷ୍ଠା ଓ ସେବାର ତୁଳନା ନାହିଁ । କଠିନ ପରିସ୍ଥିତିରେ ସେମାନେ ସେବା ଯୋଗାଇ ଚାଲିଛନ୍ତି । ସେମାନଙ୍କ ସୁବିଧା ଓ ପରିବାରର ସୁବିଧା ପାଇଁ ଡାକ୍ତର, ପାରାମେଡ଼ିକାଲ କର୍ମଚାରୀ ଓ ସ୍ୱାସ୍ଥ୍ୟ ସେବାରେ ଲାଗିଥିବା ସବୁ କର୍ମଚାରୀଙ୍କୁ ଆଗୁଆ ୪ ମାସର ଦରମା ମିଳିବ । ଜନସାଧାରଣମାନେ ସେମାନଙ୍କୁ ଶ୍ରଦ୍ଧା ଓ ସମ୍ମାନର ସହ ବ୍ୟବହାର କରିବାକୁ ନବୀନ ଅନୁରୋଧ କରୁଛନ୍ତି । ସେମାନଙ୍କୁ ଉତ୍ସାହିତ ଓ ପ୍ରଶଂସା କରିବା ଦରକାର । ଯେଉଁମାନେ ସ୍ୱାସ୍ଥ୍ୟସେବାରେ ବାଧା ସୃଷ୍ଟି କରିବେ ସେମାନଙ୍କ ବିରୋଧରେ କଠୋର ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ପୁଲିସକୁ ନିଦେ୍ର୍ଧଶ ଦେଇଛନ୍ତି । ସେହିପରି ଦେଶ ଆପଣଙ୍କ ସାଥିରେ ଅଛି । ଆମେ ସମସ୍ତେ ଆପଣଙ୍କ ସାଥିରେ ରହିଛୁ । ଆପଣମାନେ ସେବା ଜାରି ରଖନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।