ଡ୍ରାଏରନ୍ ପାଇଁ ଓଡିଶା ପ୍ରସ୍ତୁତ

ଡ୍ରାଏରନ୍ ପାଇଁ ଓଡିଶା ପ୍ରସ୍ତୁତ

ଡ୍ରାଏରନ୍ ପାଇଁ ଓଡିଶା ପ୍ରସ୍ତୁତ
ଭୁବନେଶ୍ୱର:ରାଜ୍ୟରେ କାଲିଠାରୁ କରୋନା ଭ୍ୟାକସିନ ଡ୍ରାଏରନ୍ । ରାଜ୍ୟରେ କରୋନା ଭ୍ୟାକସିନର ଡ୍ରାଏରନ ନେଇ ଡିଏମଇଟି ସିବିକେ ମହାନ୍ତି କହିଛନ୍ତି ଯେ ସୁପରି ଚାଳନା ପାଇଁ ସମ୍ପୂର୍ଣ୍ଣ ବନେ୍ଦାବସ୍ତ କରାଯାଇଛି । ରାଜ୍ୟରେ ୩ ଲକ୍ଷ ୭୦ ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ଭ୍ୟାକସିନ ଦିଆଯିବ । ଡ୍ରାଏରନ୍ ପାଇଁ ରାଜ୍ୟ ସ୍ୱାସ୍ଥ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି । ଡ୍ରାଏରନ୍ ନେଇ ଡିଏମଇଟି ସିବିକେ ମହାନ୍ତି ସୂଚନା ଦେଇଛନ୍ତି । ଟିକାକରଣ ମକ୍‌ଡ୍ରିଲ ସମ୍ପର୍କରେ ଜିଲା ପ୍ରଶାସନ ପକ୍ଷରୁ କୋଭିନ୍‌ ଆପ୍‌ ଏବଂ ୱେବ୍‌ସାଇଟରେ ଲଗ୍‌-ଇନ୍‌ କରାଯାଇ ସୂଚନା ଦିଆଯିବ। ଏଥିରେ ସାମାଜିକ ଦୂରତାକୁ ଦୃଷ୍ଟିରେ ରଖି କିପରି ଟିକାକରଣ କରାଯିବ ତାହା ଜାଣିବା ଲାଗି ପ୍ରୟାସ ହେବ। କେନ୍ଦ୍ର ସରକାର ବି ଏହା ଉପରେ ସମ୍ପୂର୍ଣ୍ଣ ଭାବେ ନଜର ରଖିବେ।