ତିମି ପେଟରେ ୪୪ କୋଟିର ସମ୍ପତି
ଭୁବନେଶ୍ୱର : ଗତମାସ ସ୍ପେନରେ କାନାରି ଦ୍ୱୀପ ଲାପାଲମା ସ୍ଥିତ ନୋଗେଲସ ବେଳାଭୂମିରେ ଏକ ମୃତ ସ୍ପର୍ମ ତିମି ଠାବ କରାଯାଇଥିଲା । ବୈଜ୍ଞାନିକମାନେ ତାର ପେଟରୁ ମୂଲ୍ରବାନ ସମ୍ପତି ପାଇଛନ୍ତି । ୟୁନିଭରସିଟି ଅଫ୍ ଲାସ୍ ପାଲମାସର ଇନ୍ଷ୍ଟିଚୁ୍ୟଟ ଅଫ୍ ଆନିମଲ୍ ହେଲ୍ଥ ଆଣ୍ଡ ଫୁଡ଼ ସିକୁ୍ୟରିଟିର ମୁଖ୍ୟ ଆେଂଟାନିଓ ଫର୍ନାଣ୍ଡେଜ୍ ରୋଡ଼୍ରିଗୁଏଜ୍ ତିମିର ହଠାତ୍ ମୃତୁ୍ କାରଣ ଜାଣିବାକୁ ଚେଷ୍ଟା କରିଥିଲେ ।
ଯାାଂଚ ସମୟରେ ସେ ତିମି ପେଟରୁ ୨୫୦,୦୦୦ ଡ଼ଲାର ବା ୪୪ କୋଟିରୁ ଉଦ୍ଧ୍ୱର୍ ମୂଲ୍ୟର ବସ୍ତୁ ପାଇଛନ୍ତି । ରୋଡ଼୍ରିଗୁଏଜ୍ କହିଛନ୍ତି ,ତିମିର ପେଟରୁ ମୁଁ ୫୦-୬୦ ସେମି ବ୍ୟାସଯୁକ୍ତ ୯.୫କିଲୋଗ୍ରାମର ଏକ ପଥର ବାହାର କଲି । ତାହା ଅମ୍ବରଗ୍ରିସ୍ ଥିଲା । ଏହା ସାଧାରଣତଃ ୧୦୦ ତିମି ମଧ୍ୟରୁ ଗୋଟିଏରେ ମିଳେ ।
ତିମି ଅଧିକ ମାତ୍ରାରେ ସ୍କ୍ୱିଡ଼ ଓ କଟଲଫିସ୍ ଖାଆନ୍ତି । ସେଥିରୁ ଅଧିକାଂଶ ହଜମ ହୋଇପାରେ ନାହିଁ । ଫଳରେ ବାନ୍ତିରେ ବାହାରି ଆସେ । କିନ୍ତୁ କିଛି ପେଟରେ ରହିଯାଏ । ବର୍ଷ ବର୍ଷ ଧରି ତିମି ପେଟରେ ଜମା ହୋଇ ଠୋସ୍ ବସ୍ତୁର ରୂପ ନେଇଥାଏ । ଏହାକୁ ଅମ୍ବରଗ୍ରିସ୍ କୁହାଯାଏ ।
ବେଳେ ବେଳେ ଏହା ବାନ୍ତି ଜରିଆରେ ବାହାରି ସମୁଦ୍ରରେ ଭାସୁଥିବା ଦେଖିବାକୁ ମିଳିଥାଏ । କିନ୍ତୁ ଏହା ବେଳେବେଳେ ଏହା ତିମି ପେଟରେ ବହୁତ ବଡ଼ ହୋଇ ବୃହତନ୍ତ୍ରକୁ ଫଟାଇ ତାକୁ ମାରିଦିଏ । ଅତର ଉଦ୍ୟୋଗମାନେ ସେମାନଙ୍କ ଅତରକୁ ଅଧିକ ସମୟ ଧରି ସୁରକ୍ଷିତ ରଖିବା ପାଇଁ ଏହି ପଦାର୍ଥକୁ ବ୍ୟବହାର କରନ୍ତି । ଏହାକୁ ଭାସମାନ ସୁନା ବା ସମୁଦ୍ରର ସମ୍ପତି ବୋଲି କୁହାଯାଏ ।
ତିମି ଯେତେବେଳେ ଥଂଟ ଭଳି ଉତେଜକ ବସ୍ତୁ ଖାଆନ୍ତି , ଉକ୍ରଟ ଗନ୍ଧଯୁକ୍ତ ଉପକରଣ ସୃଷ୍ଟି ହୋଇଥାଏ । ଏହାର ବିରଳତା ଯୋଗୁଁ ଆମେରିକା, ଅଷ୍ଟ୍ରେଲିଆ ଓ ଭାରତରେ ଅମ୍ବରଗ୍ରିସ୍ ଉପରେ କଟକଣା ଲାଗୁ କରାଯାଉଛି ।




user1 