ତାନଞ୍ଜାନିଆର ଏ ଭାଇ-ଭଉଣୀ ଭାରତୀୟଙ୍କ ମନ ଜିଣୁଛନ୍ତି
ତାନଞ୍ଜାନିଆର ଏ ଭାଇ-ଭଉଣୀ ଭାରତୀୟଙ୍କ ମନ ଜିଣୁଛନ୍ତି
admin
Dec 18, 2021 - 03:50
Updated: Dec 18, 2021 - 03:50
ସମସ୍ତ ଙ୍କ ଫୋନରେ ଘୁରିବୁଲୁଛି କିଛି ଏପରି ଭିଡ଼ିଓ ଯାହା ଲୋକଙ୍କୁ ବାନ୍ଧି ରଖିପାରିଛି । କଥାରେ ଅଛି ସଙ୍ଗୀତ ପ୍ରତି ସେତିକି ଭଲ ପାଇବା ଥିଲେ ଭାଷା କେବେ ହେଲେ ପ୍ରତିବନ୍ଧକ ସାଜେନା । ସେ ଯେକୌଣସି ଭାଷା ହେଉ ନା କାହିଁକି ଗାଇବାର ଇଛା ଥିଲେ କେହି ବି କିଛି ବି ଭାଷା ଶିଖିପାରିବେ । କଷ୍ଟ ହେଲେ ମଧ୍ୟ ଏପରି କାର୍ଯ୍ୟ କରି ଦେଖେଇଛନ୍ତି ତାନଞ୍ଜାନିଆର ଦୁଇ ଭାଇ-ଭଉଣୀ, ଯାହା ଏବେ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେବାରେ ଲାଗିଛି । କିଲ୍ଲୀ ପୌଲ ଓ ନିମା ପୌଲ । ନିଜର ଜଲ୍ୱାରେ ଭାରତର କୋଟି କୋଟି ଜନତାଙ୍କ ମନ କିଣିଛନ୍ତି ଏଇ ଦୁଇ ଭାଇ-ଭଉଣୀ ।
ବଲିଉଡ଼ ଠାରୁ ଆରମ୍ଭ କରି ସାଧାରଣ ଲୋକେ ତାଙ୍କ ରିଲ୍ସକୁ ବହୁତ ପ୍ରଶଂସା କରୁଛନ୍ତି । ବଲିଉଡ଼ ଗୀତରେ ତାଙ୍କର ଲିପ୍ସିଂ ଓ ଅଭିନୟ ଲୋକଙ୍କ ମନ ଜିଣିଛି । ସୋସିଆଲ ମିଡ଼ିଆରେ ତାଙ୍କ ଭିଡ଼ିଓ ମିଲିଅନ ମିଲିଅନ ଛୁଇଁଛି, ଏମିତିକି ବଲିଉଡ଼ ଅଭିନେତା ଓ ଅଭିନେତ୍ରୀ ମଧ୍ୟ ତାଙ୍କ ଭିଡ଼ିଓ କୁ ସେୟାର କରୁଛନ୍ତି ।
ତାନଞ୍ଜାନିଆର ହୋଇ ବି ହିନ୍ଦି ଭାଷାକୁ ବୁଝି ତାକୁ ନେଇ ଏତେ ସୁନ୍ଦର କରି ରିଲ୍ସ ବନଉଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏପରିକି ପ୍ରଶଂସକ ମାନେ ଏହା ମଧ୍ୟ ଦାବି କରୁଛନ୍ତି ଯେ ତାଙ୍କୁ ଶୀଘ୍ର ବଲିଉଡ଼ରେ କିଛି କାମ ଦିଆଯାଉ । ଏପରି ନିକଟରେ ଏକ ନିର୍ଦ୍ଧିଷ୍ଟ ରେଡ଼ିଓ ଚ୍ୟାନେଲ ମଧ୍ୟ ତାଙ୍କର ଇଣ୍ଟରଭ୍ୟୁ ନେଇଥିଲା ଯେଉଁଥିରେ ସେ କଥା ହେବାର କିଛି ସମୟ ପରେ ଯୋଡ଼ି ହୋଇଥିଲେ ବଲିଉଡ଼ର ଫେମସ ସିଙ୍ଗର ଜୁବିନ ନୌଟିଆଲ । ଯାହାଙ୍କ ‘ରାତ୍ ଲମ୍ବିଆ’ ଗୀତ ଲିପ୍ସିଂ କରିବା ପରେ ରାତାରାତି ଫେମସ ହୋଇଥିଲେ, ତେବେ ପ୍ରଶଂସକମାନେ ଗୁଗୁଲରେ ତାଙ୍କ ଦୁଇ ଭାଇ-ଭଉଣୀଙ୍କ ବିଷୟରେ ଅଧିକ ଜାଣିବା ପାଇଁ ସର୍ଚ୍ଚ କରୁଛନ୍ତି ।
ଦୁଇ ଭାଇ ଭଉଣୀ କିଲ୍ଲୀ ଓ ନିମା ଚାନଞ୍ଜାନିଆରେ ରୁହନ୍ତି । କିଲ୍ଲୀଙ୍କ ବୟସ ୨୬ ବର୍ଷ ହୋଇଥିବା ବେଳେ ନିମା ଙ୍କ ବୟସ ହେଉଛି ୨୩ ବର୍ଷ । ନିମା ଘରେ ରହୁଥିବା ବେଳେ କିଲ୍ଲୀ ହେଉଛନ୍ତି ଜଣେ ଚାଷୀ । କିନ୍ତୁ ବଲିଉଡ଼ ଗୀତ ପ୍ରତି ରହିଛି ତାଙ୍କର ଅହେତୁକ ଦୁର୍ବଳତା । ସେଥିପାଇଁ ଚାଷରୁ ସମୟ କାଢ଼ି ସେ କିଛିକିଛି ଗୀତ ପ୍ରସ୍ତୁତ କରନ୍ତି ।, ଆଉ ତା ପରେ ରିଲ୍ସ ବନାନ୍ତି । ଲିପ୍ସିଂ ପାଇଁ ଭାରତରେ ସେ ଯେତିକି ପ୍ରସିଦ୍ଧ ତାଙ୍କ ବେଶଭୂଷା ମଧ୍ୟ ଲୋକଙ୍କୁ ବେଶ ଆକୃଷ୍ଟ କରିଛି ।
ବଲିଉଡ଼ରେ କ୍ରେଜ ସମଗ୍ର ବିଶ୍ୱରେ ରହିଛି । ଏପରି ଦେଖିବାକୁ ଗଲେ ଅନେକ ବିଦେଶୀଙ୍କୁ ବଲିଉଡ଼ରେ ଦେଖିବାକୁ ମିଳିଛି । ତେବେ ଶୁଣିବାକୁ ମିଳୁଛି ଖୁବ ଶୀଘ୍ର ବଲିଉଡ଼ ରେ ଏମାନଙ୍କ ଏଣ୍ଟ୍ରି ହେବ ।