ଥମୁନି ନାଗରିକତା ସଂଶୋଧନ ଆଇନ ବିରୋଧ ନିଆଁ

ଥମୁନି ନାଗରିକତା ସଂଶୋଧନ ଆଇନ ବିରୋଧ ନିଆଁ

ଥମୁନି ନାଗରିକତା ସଂଶୋଧନ ଆଇନ ବିରୋଧ ନିଆଁ
ଦିଲ୍ଲୀରେ ଥମୁନି ନାଗରିକତା ସଂଶୋଧନ ଆଇନ ବିରୋଧରେ ନିଆଁ । ଗତକାଲି ଏହି ଘଟଣାରେ ୮ଜଣଙ୍କ ମୃତୁ୍ୟ ହୋଇଥିବାବେଳେ ଦିଲ୍ଳୀ ହିଂସାକାଣ୍ଡ ଜନିତ ମୃତୁ୍ୟ ସଂଖ୍ୟା ୧୭କୁ ବୃଦ୍ଧି ପାଇଛି । ଦିଲ୍ଲୀରେ ହିଂସାକାଣ୍ଡକୁ ନିୟନ୍ତ୍ରଣକୁ ଆଣିବାକୁ ଦଙ୍ଗା ସୃଷ୍ଟିକାରୀଙ୍କୁ ଦେଖିବା ମାତ୍ରେ ଗୁଳି କରିବାକୁ ଦିଲ୍ଲୀ ପୋଲିସକୁ ନିର୍ଦ୍ଦେଶ ଜାରି ହୋଇଛି । ତେବେ ଏହି ହିଂସାକାଣ୍ଡରେ ୫୬ ପୋଲିସକର୍ମଚାରୀଙ୍କ ସହ ପ୍ରାୟ ୨୦୦ରୁ ଅଧିକ ସାଧାରଣ ଜନତା ଆହତ ହୋଇଛନ୍ତି । ନାଗରିକତା ସଂଶୋଧନ ଆଇନ ସମ୍ପର୍କିତ ହିଂସାକୁ ନେଇ ଦିଲ୍ଲୀ ହାଇକୋର୍ଟରେ ରାତିଅଧିଆ ଶୁଣାଣୀ ହୋଇଛି । ଉତର ପୂର୍ବ ଦିଲ୍ଲୀରେ ହୋଇଥିବା ହିଂସା ନେଇ ଦିଲ୍ଲୀ ପୋଲିସକୁ ଷ୍ଟାଟସ ରିପୋର୍ଟ ତଲବ କରିଛନ୍ତି କୋର୍ଟ । ଏହାସହ ହିଂସା ବେଳେ ଆହତଙ୍କୁ ଜରୁରୀ ଚିକିତ୍ସା ଯୋଗାଇ ଦେବା ପାଇଁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ହିଂସା ବେଳେ ଆହତ ମାନେ ଚିକିତ୍ସା ପାଇଁ ମୁସ୍ତାଫାବାଦରୁ ଜିଟିବି ହସ୍ପିଟାଲକୁ ଯାଉ ପାରୁନଥିବା ଦର୍ଶାଇ ଆଇନଜୀବୀ ସରୁର ମଣ୍ଡେର ହାଇକୋର୍ଟରେ ଆବେଦନ କରିଥିଲେ । ଏନେଇ ଆଜି ମଧ୍ୟ ଶୁଣାଣୀ ହେବ । ଉତର ପୂର୍ବ ଦିଲ୍ଲୀରେ ଉତେଜନା ଅତି ଉଗ୍ର ରୂପ ଧାରଣ କରିବା ପରେ ଜାଫରାବାଦ, ମୌଜପୁର, ବାବରପୁର ଓ ଚାନ୍ଦ ବାଗରେ କର୍ଫ୍ୟୁ ଲାଗୁ ହୋଇଛି ।