ଥାନରୁ ୩ ଅଭିଯୁକ୍ତ ଫେରାର
ଥାନରୁ ୩ ଅଭିଯୁକ୍ତ ଫେରାର
ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଧନୁପାଲି ଥାନାରୁ ସୋମବାର ୩ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି। ଡିଜେଲ ଚୋରି ମାମଲାରେ ୩ଜଣ ଅଭିଯୁକ୍ତଙ୍କ ଥାନାରେ ଅଟକ ରଖାଯାଇଥିଲା। ଗତକାଲି ରାତିରୁ ପୁଲିସ୍ ଏହି ତିିନି ଚୋରଙ୍କୁ ଥାନାକୁ ଆଣି ଅଟକ ରଖିଥିଲା।
ପୁଲିସ ସେମାନଙ୍କୁ ଠାବ କରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ଅନ୍ୟପକ୍ଷରେ ସେମାନେ କିପରି ଫେରାର ହେଲେ ତାହାର ତଦନ୍ତ କରୁଛି। ଏହି ଫେରାର ଘଟଣାକୁ ନେଇ ଥାନାରେ ଅସ୍ଥାୟୀ ଝାଡୁଦାର ଥିବା ଜଣେ ବୃଦ୍ଧାଙ୍କୁ ପୁଲିସ୍ ଜେରା କରୁଛି । ଖୋଦ ଥାନା ଭିତରୁ ଅଭିଯୁକ୍ତ ଫେରାର ହୋଇଥିବା, ପୋଲିସର ଦାୟିତ୍ୱହୀନତାକୁ ସୂଚାଉଛି । ଏନେଇ ସାଧାରଣରେ ପ୍ରଶ୍ନ ଉଠୁଛି ।




admin 