ଦଳଛାଡ଼ି ପାରନ୍ତି ବିଜେପି ନେତ୍ରୀ ପଙ୍କଜା ମୁଣ୍ଡେ

ଦଳଛାଡ଼ି ପାରନ୍ତି ବିଜେପି ନେତ୍ରୀ ପଙ୍କଜା ମୁଣ୍ଡେ

ଦଳଛାଡ଼ି ପାରନ୍ତି ବିଜେପି ନେତ୍ରୀ ପଙ୍କଜା ମୁଣ୍ଡେ
ମୁମ୍ବାଇ: ମହାରାଷ୍ଟ୍ରରେ ଦେବେନ୍ଦ୍ର ଫଡନାବସି୍ଙ୍କ ହାତରୁ କ୍ଷମତା ଯିବା ପରେ ବିଜେପିରେ ଏବେ ବିଦ୍ରୋହର ସ୍ୱର ଉଠିଲାଣି । ବିଜେପିର ଟାଣୁଆ ନେତ୍ରୀ ତଥା ପୂର୍ବ କେନ୍ଦ୍ର ମନ୍ତ୍ରୀ ଗୋପୀନାଥ ମୁଣ୍ଡେଙ୍କ ଝିଅ ଦଳ ଛାଡ଼ିପାରନ୍ତି ବୋଲି ଏବେ ଚର୍ଚ୍ଚା ଜୋର ଧରିଛି । ରବିବାର ପଙ୍କଜା କହିଛନ୍ତି ଯେ ଆଗାମୀ ୮-୧୦ ଦିନ ଭିତରେ ସେ ତାଙ୍କ ରାଜନୈତିକ ଭବିଷ୍ୟତ ନେଇ ଏକ ବଡ଼ ନିଷ୍ପତ୍ତି ନେବେ । ‘ଆଗକୁ ମତେ କେଉଁ ରାସ୍ତାରେ ଯିବାକୁ ହେବ ସେ ସମ୍ପର୍କରେ ମୁଁ ଚିନ୍ତା କରୁଛି, ୮-୧୦ ଦିନ ଭିତରେ ଏ ବାବଦରେ ଚୂଡ଼ାନ୍ତ ନିଷ୍ପତ୍ତି ନେବି ବୋଲି ପଙ୍କଜା କହିଛନ୍ତି । ଗୋପୀନାଥ ମୁଣ୍ଡେଙ୍କ ଜନ୍ମ ଦିନ ଅବସରରେ ଏକ ବଡ଼ ର୍ୟାଲି ପାଇଁ ପଙ୍କଜା ଯୋଜନା କରିଛନ୍ତି ଏବଂ ଏହି ରାଲିରେ ସେ ବିଜେପି ଛାଡ଼ିବା ଘୋଷଣା କରିପାରନ୍ତି ବୋଲି କୁହାଯାଉଛି । ଏଥିପାଇଁ ପଙ୍କଜା ଏବେ ତାଙ୍କ ସମର୍ଥକମାନଙ୍କୁ ଏକଜୁଟ କରିବାରେ ଲାଗି ପଡ଼ିଛନ୍ତି । ସୂଚନା ଯୋଗ୍ୟ ଯେ, ପଙ୍କଜା ନିକଟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ତାଙ୍କର ଦାଦା ପୁଅ ଭାଇ ଧନଞ୍ଜୟ ମୁଣ୍ଡେଙ୍କ ଦ୍ୱାରା ପରାଜିତ ହୋଇଥିଲେ । ଧନଞ୍ଜୟ ଏନସିପି ଟିକଟରେ ନିର୍ବାଚନ ଲଢ଼ି ୩୦ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଥିଲେ । ପଙ୍କଜାଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ଅଧ୍ୟକ୍ଷ ଅମିତ ଶାହ ମଧ୍ୟ ପ୍ରଚାର କରିଥିଲେ ।