ଦିନକରେ ବନ୍ଧାହେଲେ ୩୦ ଦଲାଲ

ଦିନକରେ ବନ୍ଧାହେଲେ ୩୦ ଦଲାଲ

ଦିନକରେ ବନ୍ଧାହେଲେ ୩୦ ଦଲାଲ
ଭୁନନେଶ୍ୱର:ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଧଶ ପରେ ମେଡିକାଲ ପରିସରରୁ ଦଲାଲକୁ ବାନ୍ଧିଲା ପୋଲିସ । ଆଜି ଦିନକରେ ରାଜ୍ୟର ବିଭିନ୍ନ ମେଡିକାଲରୁ ୩୦ ଜଣ ଦଲାଲ ଗିରଫ ହୋଇଛନ୍ତି । ହସ୍ପିଟାଲରୁ ଦଲାଲ ଗିରଫ ନେଇ ଡିଜିପି ବିଜୟ କୁମାର ଶର୍ମା ସୂଚନା ଦେଇଛନ୍ତି । ବିଭିନ୍ନ ହସ୍ପିଟାଲ, ଡିସପେନସାରୀ ଓ ମେଡିକାଲ କଲେଜରେ ପୋଲିସ ରେଡ୍ କରିଥିଲା । ୮ଟି ଜିଲ୍ଲାର ବିଭିନ୍ନ ହସ୍ପିଟାଲରୁ ୩୦ ଦଲାଲଙ୍କୁ ଗିରଫ କରାଯାଇଛି । ଭୁବନେଶ୍ୱରରୁ ୪, ସମ୍ବଲପୁର ଭିମସାରରୁ ୫, ବଲାଙ୍ଗିରରୁ ୫ , ଭଦ୍ରକରୁ ୪ , ମୟୂରଭଞ୍ଜରୁ ୩, ରାଉକେଲାରୁ ୪, ବାଲେଶ୍ୱରରୁ ୩, ନବରଙ୍ଗପୁରରୁ ୨ଦଲାଲକୁ ପୋଳଇସ ଗିରଫ କରିଛି । ବିଭିନ୍ନ ହସ୍ପିଟାଲରେ ଚଢାଉ ଜାରି ରହିବ ବୋଲି ଡିଜିପି କହିଛନ୍ତି ।