ଦିନକେ ୪୫୪୭୧ କୋଟି ଆୟ କଲେ ଏହି ଶିଳ୍ପପତି

ଦିନକେ ୪୫୪୭୧ କୋଟି ଆୟ କଲେ ଏହି ଶିଳ୍ପପତି

ଦିନକେ ୪୫୪୭୧ କୋଟି ଆୟ କଲେ ଏହି ଶିଳ୍ପପତି

ମୁମ୍ବାଇ : ଇଲେକ୍ଟ୍ରିକ କାର କମ୍ପାନୀ ଟେସଲା ଇଙ୍କ ସିଇଓ ଏଲନ ମାସ୍କ ଏବେ ସାରା ବିଶ୍ୱରେ ଚର୍ଚ୍ଚା ସୃଷ୍ଟି କରିଛନ୍ତି  । ଗୋଟିଏ ଦିନରେ ସେ ୪୫୪୭୧ କୋଟି ଟଙ୍କା ଆୟ କରି ସମସ୍ତଙ୍କୁ ଚମକାଇ ଦେଇଛନ୍ତି  । 

ଶୁକ୍ରବାର ଟେସଲାର ଶେୟାର ମୂଲ୍ୟ ହୁ ହୁ ହୋଇ ବଢ଼ି ଯାଇଥିଲା  । ଗତ ସପ୍ତାହେ ଧରି ଟେସଲାର ଶେୟାର ମୂଲ୍ୟ ବୃଦ୍ଧି ପାଇଛି  । ଅପରପକ୍ଷରେ ସେୟାର ମୂଲ୍ୟ ବୃଦ୍ଧି ପାଇଥିବାରୁ ଏଲନ ମାସ୍କଙ୍କ ମୋଟ ସମ୍ପତି ମୂଲ୍ୟ ୬ ବିଲିୟନ ଡଲାରରୁ ବୃଦ୍ଧି ପାଇ ୨୩୬ ବିଲିୟନ ଡଲାରରେ ପହଁଚି ଯାଇଛି  । ଆମାଜନ ମୁଖ୍ୟ ଜେଏଫ ବେଜୋସଙ୍କୁ ସେ ପଛରେ ପକାଇ ବିଶ୍ୱର ଏକ ନମ୍ବର ଧନୀ ପାଲଟି ଯାଇଛନ୍ତି  । 

ଅପରପକ୍ଷରେ ଏସିଆର ବଡ଼ ଧନୀ ମୁକେଶ ଅମ୍ବାନୀ ପ୍ରଥମ ୧୦ ଧନୀ ତାଲିକାରୁ ହଟି ଯାଇଛନ୍ତି  ।

ପୂର୍ବରୁ ମୁକେଶ ଅମ୍ବାନୀ ୱାରେନ ବଫେଟଙ୍କୁ ପଛରେ ପକାଇ ଟପ ଟେନ ଧନୀ ତାଲିକାରେ ସ୍ଥାନ ପାଇଥିଲେ  । କିନ୍ତ ଏବେ ବଫେଟଙ୍କର ଏବେ ୧୦୩ ବିଲିୟନ ଡଲାରର ସମ୍ପତି ଥିବାବେଳେ ଅମ୍ବାନୀଙ୍କର ସମ୍ପତି ମୂଲ୍ୟ ୧୦୨ ବିଲିୟନ ଡଲାର ରହିଛି  ।