ଦିବ୍ୟଶଙ୍କରଙ୍କୁ କଳାପତାକା
ଦିବ୍ୟଶଙ୍କରଙ୍କୁ କଳାପତାକା
ଭବାନୀପାଟଣା: ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ନ୍ୟାୟ ଦେବା ଦାବିରେ ରାଜନୀତି ବେଶ ସରଗରମ ହୋଇଉଠିଛି । ଆଜି ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତକୁ ବିଜେପି ଓ କଂଗ୍ରେସ ପକ୍ଷରୁ ଜୋରଦାର ବିରୋଧ କରାଯାଇଛି। ଦିନକୁ ଗୋଟିଏ ପରେ ଗୋଟିଏ ତଥ୍ୟ ସାମନାକୁ ଆସିବା ବେଳେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି ହୋଇଛି । କଳାହାଣ୍ଡିରେ ଜିଲ୍ଲା ଯୁବ କଂଗ୍ରେସ ମଧ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବି କରି କଳା ପତାକା ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି ।ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବହିଷ୍କାର ଦାବିରେ ରାଜନୈତିକ ମାହୋଲ ବେଶ ସରଗରମ ହେବାରେ ଲାଗିଛି । ବିବାଦ ଭିତରେ ଥିବା ଶିକ୍ଷୟିତ୍ରୀ ହତ୍ୟାକାଣ୍ଡ ନ୍ୟାୟ ଦାବିରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ଜିଲ୍ଲା ଯୁବ କଂଗ୍ରେସ କର୍ମୀମାନେ କଳା ପତାକା ପ୍ରଦର୍ଶନ କରିଛନ୍ତି ।ଆଜି ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ରହିଥିବା ବେଳେ ସଭାସ୍ଥଳକୁ ମନ୍ତ୍ରୀ ଦିବ୍ୟଶଙ୍କର ଯାଉଥିବା ସମୟରେ ଯୁବ କଂଗ୍ରେସ କର୍ମୀ ସହରର ଗୋଶାଲପଡା ଛକ ନିକଟରେ ମନ୍ତ୍ରୀଙ୍କୁ କଳା ପତାକା ପ୍ରଦର୍ଶନ କରିବା ସହ ପ୍ରତିବାଦ କରିଥିଲେ। ସେପଟେ ସୁରକ୍ଷା ଦାୟିତ୍ବରେ ଥିବା ପୋଲିସ ଯୁବ କଂଗ୍ରେସ କର୍ମୀଙ୍କ ଅଟକ ରଖିଥିବା ଜଣାପଡିଛି ।




admin 