ଦିଲ୍ଲୀ ଓଡ଼ିଆ ଛାତ୍ର ସଂଗଠନ ପକ୍ଷରୁ ଗଣେଶ ପୂଜା ପାଳିତ
ଦିଲ୍ଲୀ ଓଡ଼ିଆ ଛାତ୍ର ସଂଗଠନ ପକ୍ଷରୁ ଗଣେଶ ପୂଜା ପାଳିତ
ଭୁବନେଶ୍ବର: ଦିଲ୍ଲୀ ଓଡ଼ିଆ ଛାତ୍ର ସଂଗଠନ (ଡିଓଏସ୍ଏ) ପକ୍ଷରୁ ଭୁବେଶ୍ୱରର ଶୈଳଶୀବିହାରସ୍ଥିତ ରୟାଲ ଏନ୍କ୍ଲେଭଠାରେ ଗଣେଶ ଚତୁର୍ଥୀ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି। କରୋନା ନିୟମକୁ କଡା କଡି ପାଳନ କରି ସଂଗଠନର ସଭାପତି ସୁଶ୍ରୀ ଅକଫାନ୍ ବେହେରା, ଉପ ସଭାପତି ଅନୁଷ୍କା ଭୂୟାଁ, ପୁରାତନ ଛାତ୍ରଛାତ୍ରୀ ଓ ସ୍ୱଳ୍ପ କର୍ମକର୍ତ୍ତା ଉପସ୍ଥିତ ଥିଲେ। ପରମ୍ପରାକୁ ବଜାୟ ରଖିବା ସଂଗଠନର ମୂଳ ଉଦ୍ଦେଶ୍ୟ ହୋଇଥବା ବେଳେ, ଓଡ଼ିଶା ଓ ଓଡ଼ିଶା ବାହାରେ ରହୁଥିବା ଓଡ଼ିଆ ଛାତ୍ରଛାତ୍ରୀମାନେ ସିଧା ସଳଖ ଇନ୍ଷ୍ଟାଗ୍ରାମ୍ରେରେ ନିଜକୁ ଯୋଡିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ପୂଜା ପରେ ପରେ ସାଂସ୍କୃତିକ କାର୍ୟ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ସୁଶ୍ରୀ ପ୍ରତିତୀ ଓ ସୁଶ୍ରୀ ସୋନ୍ଦର୍ୟ୍ୟ ନୃତ୍ୟ ପରିବେଷଣ କରିଥିଲେ। ସୁଶ୍ରୀ ଦିବ୍ୟାଙ୍କ ଗଣେଶ ବନ୍ଦନା ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରାଇଥିଲା। ଗଣେଶ ଚତୁର୍ଥୀ ସୁରୁଖୁରରେ ସମାପନ ହୋଇଥିବାରୁ ସଂଗଠନ ତରଫରୁ ସମସ୍ତଙ୍କୁ ଧନ୍ୟବାଦ୍ ଜ୍ଞାପନ କରାଯାଇଛି।




admin 