ଦୁଇଟି ମାଛର ଦାମ ୧୬ ଲକ୍ଷ

ଦୁଇଟି ମାଛର ଦାମ ୧୬ ଲକ୍ଷ

ଦୁଇଟି ମାଛର ଦାମ ୧୬ ଲକ୍ଷ
ଭୋଗରାଇ: ପଶ୍ଚିମବଙ୍ଗ ରାଜ୍ୟ ଦୀଘା ସମୁଦ୍ରରୁ ମତ୍ସ୍ୟଜୀବୀଙ୍କ ଜାଲରେ ଦୁଇଟି ତେଲିଆ ମାଛ ଧରାପଡ଼ିଥିଲା । ଦୁଇଟି ଭେକଟି ମାଛର ଓଜନ ୬୦ କିଗ୍ରା । କିଲୋଗ୍ରାମ ପ୍ରତି ୨୬ ହଜାର ଟଙ୍କା ଦରରେ ଦୁଇଟି ମାଛକୁ ସମୁଦାୟ ୧୬ ଲକ୍ଷ ଟଙ୍କାରେ ବିକି୍ର ହୋଇଥିଲା । ସୂଚନା ଅନୁସାରେ ସମୁଦ୍ର ମୁହାଣ କ୍ରମଶଃ ପ୍ରଦୂଷିତ ହେଉଥିଲା ବେଳେ ସାମୁଦି୍ରକ ମାଛ ସଂଖ୍ୟା ହ୍ରାସ ପାଇଛି । ଫଳରେ ସମୁଦ୍ରକୁ ମାଛ ଧରିବାକୁ ଯାଉଥିବା ଟ୍ରଲର ଗୁଡ଼ିକ ବହୁତ କ୍ଷତିର ସମ୍ମୁଖୀନ ହେଉଛନ୍ତି । ଏଭଳି ସମୟରେ ‘ମାଆ କାଜଲ’ ନାମକ ଏକ ଟ୍ରଲର ଗଭୀର ସମୁଦ୍ରକୁ ମାଛ ଧରିବାକୁ ଯାଇଥିଲା । ଗୁରୁବାର ରାତିରେ ଦୁଇଟି ତେଲିଆ ମାଛ ଭେକଟି ଧୀବରଙ୍କ ଜାଲରେ ଲାଗିଥିଲା । ଶୁକ୍ରବାର ସକାଳେ ଦୀଘା ମୁହାଣରେ ଥିବା ସିକେଜି ମାଛ ଅଡତ ଏହି ଦୁଇଟି ୬୦ କିଲୋଗ୍ରାମ ଓଜନର ତେଲିଆ ମାଛକୁ ସମୁଦାୟ ୧୬ ଲକ୍ଷ ଟଙ୍କାରେ କିଣିଥିବା ଜଣାପଡ଼ିଛି ।