ଦୂତିଚାନ୍ଦ-ସରସ୍ୱତୀ ଚାନ୍ଦ କଳି
ଦୂତିଚାନ୍ଦ-ସରସ୍ୱତୀ ଚାନ୍ଦ କଳି
ଭୁବନେଶ୍ୱର : ପୁଣି ଚର୍ଚ୍ଚାରେ ଦୂତିଚାନ୍ଦ ଓ ତାଙ୍କ ଭଉଣୀ ସରସ୍ୱତୀ ଚାନ୍ଦ କଳି । ସୋଶାଲ୍ ମିଡିଆରେ ପରସ୍ପର ବିରୋଧରେ ପୋଷ୍ଟ କରି ବର୍ଷିଛନ୍ତି ଧାବିକା ଦୂତୀ ଚାନ୍ଦ ଓ ଭଉଣୀ ସରସ୍ୱତୀ ଚାନ୍ଦ । ପରସ୍ପରର ଚରିତ୍ର ସଂହାର କରିଛନ୍ତି ଦୁଇ ଭଉଣୀ । ଏପରିକି ଉଭୟ ପରସ୍ପର ବିରୋଧରେ ବ୍ୟକ୍ତିଗତ ଭାବେ ଅତି ନିମ୍ନସ୍ତରର ଅରୁଚିକର ଆକ୍ଷେପ ପ୍ରତି ଆକ୍ଷେପ କରିଛନ୍ତି ।
ଆଜି ସୋଶାଲ୍ ମିଡିଆରେ ପ୍ରଥମେ ସରସ୍ୱତୀ ଚାନ୍ଦ ପୋଷ୍ଟ କରିଥିଲେ , ଯେଉଁଥିରେ ସେ ଦୂତୀଙ୍କ ପାରିବାରିକ ଜୀବନ, ଚାରିତ୍ରିକ ଦୋଷ ଦୁର୍ବଳତା କଥା ଉଠାଇବା ସହ ଘରୋଇ ଶିକ୍ଷାନୁଷ୍ଠାନ କିଟ୍ ସଂପର୍କରେ ମଧ୍ୟ ଆକ୍ଷେପମୂଳକ ଲେଖା ଲେଖିଥିଲେ । ଏଥିସହ ଆଉ ଏକ ପୋଷ୍ଟରେ ଦୂତୀଙ୍କ ଉଦେ୍ଧଶ୍ୟରେ-ତୁ ସାନ ଥିଲୁ ତୋତେ ଜିତେଇବା ପାଇଁ ଜାଣିଜାଣି ହାରୁଥିଲି, ହେଲେ ବାପା-ମା’ର ମଥା ଛୋଟ କରିବାକୁ ଚେଷ୍ଟା କରିବୁ ତ, ତୋତେ ସ୍ପଏଲ୍ କରିଦେବି ବୋଲି ଲେଖିଥିଲେ ସରସ୍ୱତୀ । ଏହାପରେ ଦୂତୀ ଚାନ୍ଦ ଏକ ପୋଷ୍ଟ କରି ସେଥିରେ ତାଙ୍କ ଭଉଣୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ଯାହା ଏବେ କ୍ରୀଡା ଜଗତରେ ଚର୍ଚ୍ଚା ସୃଷ୍ଟି କରିଛି ।




admin 