ଦେବଗଡ଼ରେ ହାଇଟେକ୍‌ ସର୍ଭେ ଜରିଆରେ ପଟ୍ଟା ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଦେବଗଡ଼ରେ ହାଇଟେକ୍‌ ସର୍ଭେ ଜରିଆରେ ପଟ୍ଟା ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଦେବଗଡ଼ରେ ହାଇଟେକ୍‌ ସର୍ଭେ ଜରିଆରେ ପଟ୍ଟା ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଦେବଗଡ଼ ଜିଲ୍ଲାରୁ ହାଇଟେକ୍ ସର୍ଭେ ଜରିଆରେ ପଟ୍ଟା ବଣ୍ଟନ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପାରମ୍ପରିକ ଢଙ୍ଗରେ ସର୍ଭେ ସେଟଲମେଣ୍ଟ ପାଇଁ ଅଧିକ ସମୟ ଲାଗୁଥିଲା ବେଳେ ଏବେ ଡିଜିଟାଲ ଟେକ୍ନୋଲୋଜି ଜରିଆରେ ଜମି ସର୍ଭେ କରାଯାଉଛି। ୨୦୧୨ମସିହାରେ ଏଥିପାଇଁ ରାଜ୍ୟ ସରକାର ଆଣିଛନ୍ତି ସ୍ୱତନ୍ତ୍ର ଆଇନ । ନୂଆ ଆଇନ ଅନୁସାରେ ହାଇଟେକ୍ ସର୍ଭେରେ କମ୍ ସମୟ ସହ କମ୍ ମାନବ ସମ୍ବଳ ଲାଗୁଛି । ନୂଆ ଟେକ୍ନୋଲୋଜି ଯୋଗୁଁ ସର୍ଭେ କାର୍ୟ୍ୟ ସଠିକ୍ ହେଉଛି ।

ଜିପିଏସ୍ ଏବଂ ସାଟେଲାଇଟ ଜରିଆରେ ଚିହ୍ନଟ ହେଉଛି ଜମି । ନୂଆ ଆଇନ ଲାଗୁ କରିବାକୁ ୫ଜିଲ୍ଲା: ଦେବଗଡ଼, ସୋନପୁର, ବଲାଙ୍ଗୀର, ସମ୍ବଲପୁର, ସୁନ୍ଦରଗଡ଼ରେ ବିଜ୍ଞପ୍ତି ହୋଇଛି । ଏରିଏଲ ଫଟୋଗ୍ରାଫି ସହ ଡିଜିପିଏସ ଓ ଇଟିଏସ୍ ଜରିଆରେ ବାସ୍ତବ ପ୍ଲଟର ମେଳ କରାଯାଉଛି । ଦେବଗଡ଼ର ୭୬୨ଗାଁରେ ନୂଆ ଆଇନ ଅନୁସାରେ ହାଇଟେକ ସର୍ଭେ ହୋଇଛି । ନକ୍ସା ପ୍ରସ୍ତୁତି ପରେ ଜମି ମାଲିକଙ୍କୁ ଆର୍‌ଓଆର୍ ଦିଆଯାଉଛି । ଆର୍‌ଓଆର୍ ହେଉଛି ପ୍ରାରମ୍ଭିକ ରେକର୍ଡ ଅଫ୍ ରାଇଟ୍ସ , ଏଥିରେ ଜମି ମାଲିକ ଅସନ୍ତୁଷ୍ଟ ହେଲେ ତହସିଲଦାରଙ୍କ ନିକଟରେ ଅଭିଯୋଗ କରିବାର ବ୍ୟବସ୍ଥା ରହିଛି । ସେହି ଅନୁସାରେ ଦେବଗଡ଼ ଜିଲ୍ଲାର ୫୫୪ଗାଁରେ ଚୂଡାନ୍ତ ପଟ୍ଟା ବଣ୍ଟନ ଆରମ୍ଭ ହୋଇଛି ।

ଜିଲ୍ଲାପାଳଙ୍କ ଦସ୍ତଖତରେ ୫୫୪ଗାଁରେ ଚୂଡ଼ାନ୍ତ ପଟ୍ଟା ବଣ୍ଟନ ହୋଇଛି । ନୂଆ ଆଇନ ଅନୁସାରେ ପଟ୍ଟାରେ ନିର୍ଦ୍ଦିଷ୍ଟ ଜାଗାର ଅକ୍ଷାଂଶ ଓ ଦ୍ରାଘିମା ଉଲ୍ଲେଖ ରହୁଛି। ପୂର୍ବ ଆଇନରେ ଜାଗାର ଅକ୍ଷାଂଶ ଓ ଦ୍ରାଘିମା ରହିବା ବ୍ୟବସ୍ଥା ନଥିଲା । ନୂଆ ଆଇନରେ ଅଭିଯୋଗର ସମାଧାନ ପାଇଁ ପ୍ରତିସ୍ତରରେ ବ୍ୟବସ୍ଥା ରହିଛି । ଅର୍‌ଓଆର୍ ରେ ସମସ୍ୟା ଥିଲେ ଏଡିଏମଙ୍କ ନିକଟରେ କରିପାରିବେ ଅଭିଯୋଗ । ଅତିରିକ୍ତ ଜିଲ୍ଲାପାଳ ସମସ୍ୟାର ସମାଧାନ ପାଇଁ ଉପଯୁକ୍ତ କର୍ତୃପକ୍ଷ ବୋଲି ନୂଆ ଆଇନରେ ଉଲ୍ଲେଖ ରହିଛି ।