ଦେଶର ଉତରଭାଗରେ ଘନ କୁହୁଡ଼ି ସହ ଥଣ୍ଡାର ପ୍ରକୋପ

ଦେଶର ଉତରଭାଗରେ ଘନ କୁହୁଡ଼ି ସହ ଥଣ୍ଡାର ପ୍ରକୋପ

ଦେଶର ଉତରଭାଗରେ ଘନ କୁହୁଡ଼ି ସହ ଥଣ୍ଡାର ପ୍ରକୋପ
ନୂଆଦିଲ୍ଲୀ : ଦେଶର ଉତରଭାଗରେ ଘନ କୁହୁଡ଼ି ସହ ଥଣ୍ଡାର ପ୍ରକୋପ ବଢ଼ିଚାଲିଛି । ଦିଲ୍ଲୀ ଏନସିଆରର ବହୁ ସ୍ଥାନରେ ଘନ କୁହୁଡ଼ି ଛାଇଯାଇଛି । ସେହିପରି ପାର୍ବତ୍ୟାଂଚଳରେ ତୁଷାରପାତ ହେଉଛି । ଅପରପକ୍ଷରେ ଜାମ୍ମୁକାଶ୍ମୀରର ବହୁ ସ୍ଥାନରେ ବରଫପାତ ହେଉଛି । ତେବେ ଜାମ୍ମୁକାଶ୍ମୀରର ରାମବନ ଜିଲ୍ଲାର ବନିହାଲରେ ପ୍ରବଳ ତୁଷାରପାତ ଯୋଗୁଁ ଜାତୀୟ ରାଜପଥରେ ଶହ ଶହ ଗାଡ଼ି ଫସି ଯାଇଥିଲେ । ତେବେ ଗାଡ଼ିରେ ଥଣ୍ଡାରୁ ରକ୍ଷା ପାଇବା ପାଇଁ ହିଟର ଲାଗିଥିବା ଯୋଗୁଁ ୨ ଜଣଙ୍କର ମୃତୁ୍ୟ ହୋଇଥିବା ସୂଚନା ମିଳିଛି । ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଜାନୁଆରୀ ୨୭ରେ ଉତର ରାଜସ୍ଥାନ, ପଞ୍ଜାବ, ହରିୟାଣା, ଚଣ୍ଡୀଗଡ଼, ପଶ୍ଚିମ ଉତରପ୍ରଦେଶ ଓ ପଶ୍ଚିମ ମଧ୍ୟପ୍ରଦେଶରେ ଶୀତଲହରୀ ଜାରିରହିଛି । ଆଜି ଠାରୁ ଜାମ୍ମୁ କାଶ୍ମୀରର ପଶ୍ଚିମ ଦିଗରୁ ଉତର ପୂର୍ବ ଅଂଚଳରେ ଥଣ୍ଡା ପ୍ରକୋପ ବୃଦ୍ଧି ପାଇବ । ହିମାଚଳପ୍ରଦେଶର ଅଧିକାଂଶ ସ୍ଥାନରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ତାପମାତ୍ରା ୨ରୁ ୪ ଡିଗ୍ରୀ ରହିବ ବୋଲି ଆକଳନ କରାଯାଇଛି ।