ଦେଶରେ କରୋନା ସୁନାମୀ: ଦିନକରେ ୧ ଲକ୍ଷ ୮୬ ହଜାର ପଜିଟିଭ୍ ଚିହ୍ନଟ

ଦେଶରେ କରୋନା ସୁନାମୀ: ଦିନକରେ ୧ ଲକ୍ଷ ୮୬ ହଜାର ପଜିଟିଭ୍ ଚିହ୍ନଟ

ଦେଶରେ କରୋନା ସୁନାମୀ: ଦିନକରେ ୧ ଲକ୍ଷ ୮୬ ହଜାର ପଜିଟିଭ୍ ଚିହ୍ନଟ
ନୂଆଦିଲ୍ଲୀ: କରୋନା ଭାଇରସର ଦ୍ୱିତୀୟ ଲହରୀ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି । ଦେଶରେ କରୋନାର ଦ୍ୱିତୀୟ ଲହରୀ ଦ୍ରୁତ ଗତିରେ ବଢିଚାଲିଛି । ଏଭଳି ସ୍ଥିତି ଆଉ କେତେ ଦିନ ରହିବ ଓ ଆଗକୁ କଣ ହେବ ତାଙ୍କୁ ନେଇ ଲୋକମାନେ ଆଶା ଓ ଆଶଙ୍କାରେ ରହିଛନ୍ତି । ଆମ ଦେଶରେ ଅନେକ ରାଜ୍ୟରେ ଲକଡାଉନ ଲାଗିଛି । ଆଜି ଆମ ଦେଶରେ ଗୋଟିଏ ଦିନରେ ୧ ଲକ୍ଷ ୮୬ ହଜାର ୩୬୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ୨୪ ଘଂଟାରେ କରୋନାରେ ୩ ହଜାର ୬୬୦ ଜଣ ମୃତୁ୍ୟବରଣ କରିଛନ୍ତି । ସେହିପରି ଦେଶରେ ମୋଟ୍ ମୃତୁ୍ୟ ସଂଖ୍ୟା ୩ ଲକ୍ଷ ୧୮ ହଜାର ୮୯୫ କୁ ବୃଦ୍ଧି ପାଇଛି । ବର୍ତମାନ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୭୫ ଲକ୍ଷ ୫୫ ହଜାର ୪୫୭ ରେ ପହଂଚିଛି । ଦେଶରେ ୨୩ ଲକ୍ଷ ୪୩ ହଜାର ୧୫୨ ଜଣ କରୋନା ରୋଗୀ ଏବେ ବି ଚିକିତ୍ସାଧୀନ ହେଉଛନ୍ତି । ସେହପିରି ୨ କୋଟି ୪୮ ଲକ୍ଷ ୯୩ ହଜାର ୪୧୦ ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଦେଶରେ ଏଯାବତ ୨୦ କୋଟି ୫୭ ଲକ୍ଷ ୨୨୦ ହଜାର ୬୬୦ ଜଣ ଟିକା ନେଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛ ।