ଦେଶରେ ୮,୩୦୯ ସଂକ୍ରମିତ ଚିହ୍ନଟ
ଦେଶରେ ୮,୩୦୯ ସଂକ୍ରମିତ ଚିହ୍ନଟ
ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ହ୍ରାସ ପାଉଛି। ଆଜି ଦେଶରେ ୮ହଜାର ୩୦୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳ ୨୩୬ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ମୃତ୍ୟୁ ସଂଖ୍ୟା ନେଇ ସରକାରଙ୍କ ଚିନ୍ତା ବଢିବାରେ ଲାଗିଛି। ଆଜି ଦେଶରେ କରୋନା ମୃତକଙ୍କୁ ମିଶାଇ, ଦେଶରେ କରୋନା ମୃତୁ୍ୟ ସଂଖ୍ୟା ୪ଲକ୍ଷ ୬୬ହଜାର ୫୮୪କୁ ବୃଦ୍ଧି ପାଇଛି । ମୃତ୍ୟୁ ହାର ୧.୩୫ପ୍ରତିଶତ ରହିଛି ।
ସେହିପରି ଆଜି ଦେଶରେ ୯ହଜାର ୯୦୫ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଦେଶରେ ଆକ୍ରାନ୍ତଙ୍କ ସୁସ୍ଥତା ହାର ୯୮.୩୪ ପ୍ରତିଶତ ରହିଛି । ଅପରପକ୍ଷରେ ସକ୍ରିୟ ମାମଲା ୧ଲକ୍ଷ ୩ହଜାର ୮୫୯ରହିଛି । ୫୪୪ ଦିନ ପରେ ଏହା ସର୍ବନିମ୍ନ ରହିଛି । ବର୍ତ୍ତମାନ ସୁଦ୍ଧା ଦେଶରେ ୩କୋଟି ୩୯ଲକ୍ଷ ୯୮ହଜାର ୨୭୮ ଲୋକ ସୁସ୍ଥ ହୋଇଛନ୍ତି ।




admin 