ଦୋକାନୀଙ୍କୁ ପିଟିପିଟି ହତ୍ୟା

ଦୋକାନୀଙ୍କୁ ପିଟିପିଟି ହତ୍ୟା

ଦୋକାନୀଙ୍କୁ ପିଟିପିଟି ହତ୍ୟା

ମାଲକାନଗିରି : ମାଲକାନଗିରି ସୀମାନ୍ତରେ ଥମୁନି ମାଓ ହିଂସା। ଘରେ ପ୍ରବେଶ କରି ଜଣେ ଗ୍ରାମବାସୀଙ୍କୁ ମାଓବାଦୀ ହତ୍ୟା କରିଛନ୍ତି। ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲା ଦର୍ନାପାଲରେ ଏପରି ଘଟଣା ଘଟିଛି। ପଲମପାଲ୍ଲୀ ଗାଁର ମାଡକମ ଜଗା ନାମକ ଜଣେ ତେଜରାତି ଦୋକାନୀଙ୍କ ଘର ଭିତରକୁ ପ୍ରାୟ ୨୦ରୁ ଊର୍ଦ୍ଧ୍ବ ସଶସ୍ତ୍ର ମାଓବାଦୀ ଯାଇଥିଲୋ ତାଙ୍କୁ ଘରୁ ଟାଣି ଆଣି ତାଙ୍କ ସ୍ତ୍ରୀ ଓ ଦୁଇ ପିଲାଙ୍କ ସମ୍ମୁଖରେ ଲାଠି ଦ୍ୱାରା ନିସ୍ତୁକ ମାଡ ମାରି ପିଟିପିଟି ହତ୍ୟା କରିଛନ୍ତି। ମୃତ ଜଗା ପୁଲିସକୁ ସହାୟତା କରୁଥିବା ଅଭିଯୋଗ କରି ମାଓବାଦୀମାନେ ଏଭଳି ଘଟଣା ଘଟାଇଥିବା ସେଠାରେ ଛାଡି ଯାଇଥିବା ଏକ ଚିଠିରେ ଉଲ୍ଲେଖ ରହିଛିା