ଧନ୍ୟ ତୁମେ ସରକାର ଧନ୍ୟ ତୁମ ଆଦର୍ଶ, ୨ଦିନ ପରେ ସରକାରଙ୍କ ଅନ୍ଧାରୀ ଯୋଜନା
ଧନ୍ୟ ତୁମେ ସରକାର ଧନ୍ୟ ତୁମ ଆଦର୍ଶ, ୨ଦିନ ପରେ ସରକାରଙ୍କ ଅନ୍ଧାରୀ ଯୋଜନା
admin
Jan 14, 2020 - 12:48
Updated: Jan 14, 2020 - 12:48
ଭୁବନେଶ୍ବର - ଅନ୍ଧାର କରିବା ପାଇଁ ସରକାରଙ୍କ ଅନ୍ଧାରୀ ଯୋଜନା କାର୍ଯୟକାରୀ ହେବାକୁ ଯାଉଛି ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ୧୫ ତାରିଖ ସୁଦ୍ଧା ବକେୟା ବିଦ୍ୟୁତ୍ ବିଲ ପୈଠ ନକଲେ ୧୬ ତାରିଖରୁ ଉପଭୋକ୍ତାଙ୍କ ଘରୁ ବିଦ୍ୟୁତ୍ ବିଚ୍ଛିନ୍ନ କାମ ଆରମ୍ଭ କରିବ ସେସୁ। ଏନେଇ ମଙ୍ଗଳବାର ସେସୁ କମର୍ସର ସିନିୟର ଜେନେରାଲ ମ୍ୟାନେଜର ମନୋଜ ସିଂ ଏହା ସ୍ପଷ୍ଟ କରିଦେଇଛନ୍ତି। ସେସୁର ସୂଚନା ଅନୁସାରେ ୧୬ ତାରିଖରୁ ସେସୁର ୪୧୩ଟି ସ୍ୱତନ୍ତ୍ର ସ୍କ୍ୱାର୍ଡ଼ ୯ ଟି ଜିଲାରେ ବିଦ୍ୟୁତ୍ ବକେୟା ଦେଇନଥିବା ଉପଭୋକ୍ତାଙ୍କ ଘରୁ ବିଦ୍ୟୁତ୍ ବିଚ୍ଛିନ୍ନ କରିବେ। ସେସୁ ପକ୍ଷରୁ ପ୍ରଥମେ କମର୍ସିଆଲ ଉପଭୋକ୍ତା ଓ ଯେଉଁ ଘରୋଇ ଉପଭୋକ୍ତାଙ୍କ କ୍ଷମତା ଅଛି ବିଲ ଦେବାକୁ, କିନ୍ତୁ ସେମାନେ ବିଦ୍ୟୁତ୍ ବିଲ ଦେଉନାହାନ୍ତି। ସେମାନଙ୍କ ବିଦ୍ୟୁତ କାଟ ପ୍ରଥମେ କରାଯିବ ବୋଲି ଜଣାପଡିଛି। ସେସୁ କମର୍ସର ସିନିୟର ଜେନେରାଲ ମ୍ୟାନେଜର ମନୋଜ ସିଂ ସୂଚନା ଅନୁସାରେ ସମ୍ପୁର୍ଣ୍ଣ ଗାଁରେ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ନକରି ଯେଉଁ ଉପଭୋକ୍ତା ବିଦ୍ୟୁତ୍ ବକେୟା ବିଲ ପୈଠ କରିନାହାନ୍ତି ସେମାନଙ୍କ ଘରୁ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରିବ।
ସେସୁର ୧୬ ତାରିଖରୁ ବକେୟା ବିଦ୍ୟୁତ ବିଲ ପୈଠ କରିନଥିବା ଉପଭୋକ୍ତାଙ୍କ ଘରୁ ବିଦ୍ୟୁତ ବିଚ୍ଛିନ୍ନ କରିବ ଘୋଷଣା ପରେ ବିରୋଧୀ ଦଳ ମାନେ ଏହାକୁ କଡା ବିରୋଧ କରିବା ଆରମ୍ଭ କରିଛନ୍ତି। ବିରୋଧୀ ଦଳଗୁଡିକ ବିଦ୍ୟୁତ କାଟ ହେଲେ ଆନ୍ଦୋଳନ କରିବେ ବୋଲି ଧମକ ବି ଦେଇଛନ୍ତି । ଏହାମଧ୍ୟରେ ୧୬ ତାରିଖରୁ ବିଦ୍ୟୁତ କାଟ ହେବ ବୋଲି ସେସୁ ଆଜି ସ୍ପଷ୍ଟ କରିଦେଇଛି । ସୂଚନାଅନୁସାରେ ରାଜ୍ୟର ଲକ୍ଷାଧିକ ବିଦ୍ୟୁତ୍ ଉପଭୋକ୍ତାଙ୍କ ଉପରେ ୧୯୭୧ କୋଟି ଟଙ୍କାର ବକେୟା ରହିଥିବା ଅଭିଯୋଗ କରି ସେସୁର ସିଇଓ ଅରୁଣ ବୋଥ୍ରା ଡିସେମ୍ବର ୧୧ରେ ବିଦ୍ୟୁତ୍ ପୈଠ କରିବା ପାଇଁ ଉପଭୋକ୍ତାଙ୍କୁ ଅନୁରୋଧ କରିଥିଲେ। ଅରୁଣ ବୋଥ୍ରା ସାମ୍ବାଦିକ ସମ୍ମୀଳନି କରି କହିଥିଲେ ଉପଭୋକ୍ତାମାନେ ବକେୟା ବିଦ୍ୟୁତ ବିଲ ପୈଠ ନକଲେ ୧୬ ତାରିଖରୁ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରାଯିବ। ସେସୁର ଆର୍ଥିକ ସ୍ଥିତିରେ ସୁଧାର ଆଣିବା ଏବଂ ଉପଭୋକ୍ତାଙ୍କୁ ଗୁଣାତ୍ମକ ସେବା ଯୋଗାଇ ଦେବା ଲକ୍ଷ୍ୟ ନେଇ ଏହି ଅଭିଯାନ ଆରମ୍ଭ କରାଯାଇଥିବା ସେ କହିଥିଲେ ଅରୁଣ ବୋଥ୍ରା । ଉପଭୋକ୍ତାମାନେ ତୁରନ୍ତ ସେମାନଙ୍କର ବକେୟା ବିଦ୍ୟୁତ୍ ବିଲ୍ ପୈଠ କରିବାକୁ ସିଇଓ ବୋଥ୍ରା ଗଣମାଧ୍ୟମ ଜରିଆରେ ନିବେଦନ କରିଥିଲେ। ଏବେ ସବୁରୀ ମୁହଁରେ ଗୋଟିଏ କଥା ଧନ୍ୟ ତୁମେ ସରକାର ଧନ୍ୟ ତୁମ ଯୋଜନା । ଗରିବଙ୍କ ପାଇଁ ଗୋଟିଏ ବିତ୍ତଶାଳୀ କର୍ପୋରେଟ ହାଉସ ପାଇଁ ଗୋଟିଏ ନିୟମ କାହିଁକି ? ଅନ୍ୟ ପକ୍ଷରେ ଏହି ଘଟଣାରେ କଂଗ୍ରେସ ତରଫରୁ ଆନେ୍ଦାଳନର ଧମକ ଦିଆଯାଇଛି । ଦେଖିବାକୁ ବାକି ରହିଲା କଣ ଘଟିବାକୁ ଯାଉଛି ।