ଧର୍ମେନ୍ଦ୍ର ସାହୁ ମୃତ୍ୟୁ ଘଟଣା, ୨ଟି ମୋବାଇଲ୍‌କୁ ରାଜ୍ୟ ଫରେନ୍ସିକ୍‌କୁ ପଠାଇଛି ପୁଲିସ

ଧର୍ମେନ୍ଦ୍ର ସାହୁ ମୃତ୍ୟୁ ଘଟଣା, ୨ଟି ମୋବାଇଲ୍‌କୁ ରାଜ୍ୟ ଫରେନ୍ସିକ୍‌କୁ ପଠାଇଛି ପୁଲିସ

ଧର୍ମେନ୍ଦ୍ର ସାହୁ ମୃତ୍ୟୁ ଘଟଣା,  ୨ଟି ମୋବାଇଲ୍‌କୁ ରାଜ୍ୟ ଫରେନ୍ସିକ୍‌କୁ ପଠାଇଛି ପୁଲିସ

ଭୁବନେଶ୍ୱର: ପୁରୀ ବିଜେଡ଼ି ଜିଲ୍ଲା ପରିଷଦ ସଦସ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁର ଚାଲିଛି ଖୋଳତାଡ଼।  ଏହାରି ଭିତରେ ଗତକାଲି ଜବତ ହୋଇଥିବା ଧର୍ମେନ୍ଦ୍ରଙ୍କ ୨ଟି ମୋବାଇଲ୍‌କୁ ଯାଞ୍ଚ ପାଇଁ ରାଜ୍ୟ ଫରେନ୍ସିକ୍‌କୁ ପଠାଇଛି ପୁଲିସ।
ଆଜି ସକାଳୁ ଏହି ଦୁଇଟି ମୋବାଇଲ୍‌କୁ ପୁଲିସ ପଠାଇଛି। ଏହି ମୋବାଇଲୋରେ ହିଁ ରହିଛି ସେହି ବିବାଦୀୟ ତଥ୍ୟ ଏବଂ ଭିଡ଼ିଓ। ଯାହାକୁ ଲୋକଲୋଚନକୁ ଆଣିବେ ବୋଲି ମୃତ୍ୟୁ ଆଗରୁ କହିଥିଲେ ଧର୍ମେନ୍ଦ୍ର ସାହୁ। ଏହି ୨ଟି ମୋବାଇଲ୍ ଭୁବନେଶ୍ୱର ଘର ନିକଟ ଏକ ପ୍ଲଟରୁ ମିଳିଥିଲା। ସନ୍ଧାନୀ କୁକୁର ସହାୟତାରେ ପୁଲିସ ମୋବାଇଲ୍‌କୁ ଠାବ କରିଥିଲା।

ମୋବାଇଲ୍‌ଟି ଘଟଣାଦିନ ରାତି ୨ଟା ୪୩ ମିନିଟ୍‌ରୁ ସ୍ୱିଚ୍ ଅଫ୍ ଥିବା ପୁଲିସ ସୂଚନା ଦେଇଛି।
ପୁରୀ ଜିଲ୍ଲା ନିମାପଡ଼ା ନିର୍ବାଚନମଣ୍ଡଳୀର ୧୧ ନମ୍ବର ଜୋନ ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଥିଲେ ଧର୍ମେନ୍ଦ୍ର ସାହୁ। ଶନିବାର ସକାଳେ ତାଙ୍କ ଝୁଲନ୍ତା ମୃତଦେହ ଭୁବନେଶ୍ୱର ଲକ୍ଷ୍ମୀବିହାର ସ୍ଥିତ ବାସଘର ସମ୍ମୁଖରୁ ଉଦ୍ଧାର କରାଯାଇଥିଲା। କମିଶନରେଟ୍‌ ପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା।ହେଲେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ି ନାହିଁ। ପୁଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ ଚଳାଇଛି।