ଧାର୍ୟ୍ୟ କକ୍ଷରେ ପହଞ୍ଚିଲା ଚନ୍ଦ୍ରଯାନ-୩

ଧାର୍ୟ୍ୟ କକ୍ଷରେ ପହଞ୍ଚିଲା ଚନ୍ଦ୍ରଯାନ-୩

ବେଙ୍ଗାଲୁରୁ : ଚନ୍ଦ୍ରଯାନ-୩ ମହାକାଶଯାନ ବର୍ତ୍ତମାନ ପୃଥିବୀର ଧାର୍ଯ୍ୟ କକ୍ଷ ପଥରେ ପହଞ୍ଚିସାରିଛି ଏବଂ ଏହାର ଟ୍ରାନ୍ସଲୁନାର୍ ଇଞ୍ଜେକ୍ସନ୍ (ଟିଏଲ୍‌ଆଇ) ପାଇଁ ପ୍ରସ୍ତୁତ ହେଉଛି ବୋଲି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପ୍ରକାଶ କରିଛି।
ଅଗଷ୍ଟ ପହିଲାକୁ ଧାର୍ୟ୍ୟ ହୋଇଥିବା ଟିଲ୍‌ଆଇ ମହାକାଶଯାନକୁ ଚନ୍ଦ୍ର ଆଡକୁ ସ୍ଲିଙ୍ଗ୍‌ସଟ୍‌ କରିବ, ତା’ପରେ ଏହାର ଚନ୍ଦ୍ର ଯାତ୍ରା ଆରମ୍ଭ ହେବ। ଚନ୍ଦ୍ରଯାନ-୩ ସଫଳତାର ସହିତ ଏହାର ପଞ୍ଚମ ତଥା ଅନ୍ତିମ ପୃଥିବୀ-ବନ୍ଧିତ କକ୍ଷପଥ ବୃଦ୍ଧି ପ୍ରକ୍ରିୟା ଜୁଲାଇ ୨୫ରେ ସମ୍ପନ୍ନ କରିଛି। ବେଙ୍ଗାଲୁରୁର ଇସ୍ରୋ ଟେଲିମେଟ୍ରି, ଟ୍ରାକିଂ ଏବଂ କମାଣ୍ଡ ନେଟ୍‌ୱର୍କ (ଇଷ୍ଟ୍ରାକ୍) ଦ୍ବାରା ଏହି ମାନିଉଭର୍ କରାଯାଇଥିଲା। ଚନ୍ଦ୍ରପୃଷ୍ଠରେ ସୁରକ୍ଷିତ ଅବତରଣ ଏବଂ ବୁଲିବା ଲାଗି ଯଥାସମ୍ଭବ କ୍ଷମତା ପ୍ରଦର୍ଶନ କରିବାକୁ ଚନ୍ଦ୍ରଯାନ-୩ ମିସନ ଲକ୍ଷ୍ୟ ରଖିଛି।