ନନ୍ଦନକାନନରେ ଭାଲୁ ଆକାଶ ଆଉ ନାହିଁ

ନନ୍ଦନକାନନରେ ଭାଲୁ ଆକାଶ ଆଉ ନାହିଁ

ନନ୍ଦନକାନନରେ ଭାଲୁ ଆକାଶ ଆଉ ନାହିଁ

ବାରଙ୍ଗ: ନନ୍ଦନକାନନ ପାଇଁ ଆସିଛି ଦୁଃଖଦ ଖବର । ଗତ କିଛି ଦିନ ତଳେ ଏକ ବାଘ ଶାବକର ମୃତୁ୍ୟ ହୋଇଥିବାବେଳେ ଆଜି ସକାଳେ ନନ୍ଦନକାନନରେ ୧୬ ନମ୍ବର ଖୁଆଡରେ ରହୁଥିବା ଅଣ୍ଡିରା ଭାଲୁ ଆକାଶର ମୃତୁ୍ୟ ହୋଇଛି । 

ଆକାଶ ଗତ ଏକ ସପ୍ତାହ ହେଲା ନିମୋନିଆ ରୋଗରେ ଅସୁସ୍ଥ ଥିଲା । ତେବେ ତାକୁ ଖୁଆଡ ଭିତରୁ କାଢି ଆଣି ଭେଟେନାରୀ ବିଭାଗର ଆଇପି ଓାର୍ଡରେ ରଖି ଚିକିସôା କରାଯାଉଥିଲା  । ଅଧିକ ଗୁରୁତର ହେବାରୁ ଗତ ୧୯ରେ ଓୟୁଏଟିର ବିଶେଷଜ୍ଞ ଇନ୍ଦ୍ରମଣୀ ନାଥଙ୍କ ନେତୃରେ ଏକ ଟିମ୍ ନନ୍ଦନକାନନ ଆସି ଆକାଶର ଚିକିସôା କରୁଥିଲେ । ଚିକିସôାଧୀନ ଅବସ୍ଥାରେ ଭାଲୁ ଆକାଶ ମୃତୁ୍ୟବରଣ କରିଛି ।