ନନ୍ଦିଗ୍ରାମରୁ ମୁଁ ନିର୍ବାଚନ ଲଢ଼ିଛି ଓ ମୋର ବିଜୟ ଏଠାରେ ନିଶ୍ଚିତ : ମମତା

ନନ୍ଦିଗ୍ରାମରୁ ମୁଁ ନିର୍ବାଚନ ଲଢ଼ିଛି ଓ ମୋର ବିଜୟ ଏଠାରେ ନିଶ୍ଚିତ : ମମତା

ନନ୍ଦିଗ୍ରାମରୁ ମୁଁ ନିର୍ବାଚନ ଲଢ଼ିଛି ଓ ମୋର ବିଜୟ ଏଠାରେ ନିଶ୍ଚିତ : ମମତା
କଲକାତା: ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନନ୍ଦିଗ୍ରାମ ଆସନରେ ପରାସ୍ତ ହେବେ । ତେଣୁ ସେ ଆଉ ଏକ ଆସନରୁ ନିର୍ବାଚନ ଲଢ଼ିବା ନେଇ ବିଚାର କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆକ୍ଷେପ କରିଥିବା ବେଳେ ମମତା ଏହାର ଜବାବ ଦେଇଛନ୍ତି । ମମତା କହିଛନ୍ତି ‘ମୁଁ ତୁମ ଦଳର ସଦସ୍ୟ ନୁହେଁ; ଯେ ତୁମେ ମୋତେ ଏକ ଆସନରୁ ନିର୍ବାଚନ ଲଢ଼ିବାକୁ ପରାମର୍ଶ ଦେବ । ନନ୍ଦିଗ୍ରାମରୁ ମୁଁ ନିର୍ବାଚନ ଲଢ଼ିଛି ଓ ମୋର ବିଜୟ ଏଠାରେ ନିଶ୍ଚିତ । ଶୁକ୍ରବାର ମମତା କୁଚବିହାର ଜିଲ୍ଲାର ଦିନାହାଟରେ ଏକ ନିର୍ବାଚନ ସଭାକୁ ସମ୍ବୋଧନ କରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି ପ୍ରଥମେ ତାଙ୍କ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ନିୟନ୍ତ୍ରଣ କରନ୍ତୁ; ଏହା ପରେ ଆମକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିବେ । ଟିଏମସିକୁ ଭୋଟ ଦେବାକୁ ନିବେଦନ କରି ସେ କହିଛନ୍ତି ‘ମୁଁ ଜାଣିଛି ମୁଁ ବିଜୟୀ ହେବି । ମୋ ସହିତ ଟିଏମସିର ୨୦୦ ପ୍ରାର୍ଥୀ ବିଜୟୀ ହେବେ । ଫଳରେ ପଶ୍ଚିମବଙ୍ଗରେ ଆମେ ସରକାର ଗଠନ କରିବୁ ।’