ନବକଳେବର ହେବ ଏସସିବି

ନବକଳେବର ହେବ ଏସସିବି

ନବକଳେବର ହେବ ଏସସିବି
ଭୁବନେଶ୍ୱର:ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜର ନବକଳେବର ହେବ । ୩୫୦୦ କୋଟି ଟଙ୍କାର ଖର୍ଚ୍ଚରେ ପ୍ରକଳ୍ପ କାମ ଆରମ୍ଭ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଏସସିବି ମେଡିକାଲରେ ଏମ୍ସ ପ୍ଲସ ବିଶ୍ୱସ୍ତରୀୟ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ । ସରକାରୀ ସ୍ତରରେ ମେଡିକାଲ କଲେଜ ପାଇଁ ଦେଶର ସର୍ବବୃହତ ପ୍ରକଳ୍ପ କାର୍ଯ୍ୟ ଅଟେ । ନୂଆ ଏସସିବି ମେଡିକାଲ ୧ ଜାନୁଆରୀ ୨୦୨୪ରେ ଉଦଘାଟନ ପାଇଁ ଲକ୍ଷ୍ୟ ରଖାଯାଇଛି । ୫ ହଜାର ଶର୍ଯ୍ୟା ବିଶିଷ୍ଟ ହେବ ଏସସିବି । ରୋଗୀ, ଡାକ୍ତର ଓ ଷ୍ଟାଫଙ୍କ ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା ରହିବ । ୧୭୫ ଏକର ଜମିରେ ହେବାକୁ ଥିବା ଏସସିବିରେ ପ୍ରଥମେ ୩୫୦୦ ଶର୍ଯ୍ୟା ରହିବ । ଦ୍ୱିତୀୟ ପର୍ଯ୍ୟାୟରେ ଶର୍ଯ୍ୟା ସଂଖ୍ୟା ୫ ହଜାରକୁ ବୃଦ୍ଧି କରାଯିବ । ୧୨୮୦ ସରକାରୀ ବାସଗୃହ ରହିବ । ୨୨୦୦ରୁ ଉଦ୍ଧ୍ୱର୍ ପିଲାଙ୍କ ପାଇଁ ହଷ୍ଟେଲ ସୁବିଧା ରହିବ । ଏସସିବି ମେଡିକାଲ ପ୍ରକଳ୍ପ ନିଦ୍ଧାରିତ ସୟମରେ ସାରିବାକୁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଧଶ ଦେଇଛନ୍ତି ।