ନବରଙ୍ଗପୁର ଓ ଛତିଶଗଡ ସିମାକୁ ସିଲ୍ କଲା ପ୍ରଶାସନ

ନବରଙ୍ଗପୁର ଓ ଛତିଶଗଡ ସିମାକୁ ସିଲ୍ କଲା ପ୍ରଶାସନ

ନବରଙ୍ଗପୁର ଓ ଛତିଶଗଡ ସିମାକୁ ସିଲ୍ କଲା ପ୍ରଶାସନ
ଭୁବନେଶ୍ୱର: :ପୁଣି ନିଜର କାୟା ବିସ୍ତାର କରି ଚାଲିଛି କରୋନା। ଓଡ଼ିଶାରେ କରୋନା ଗ୍ରାଫ ଧୀରେ ଧୀରେ ଉପରମୁହାଁ ହେଉଛି । ଦିନକୁ ଦିନ କରୋନା ଲମ୍ବଡିଆଁ ମାରୁଛି । ଗତ କିଛି ଦିନ ହେଲା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ରାଜ୍ୟରେ କରୋନା ଚିତ୍ର ଦିନକୁ ଦିନ ଭୟାନକ ଆଡ଼କୁ ଯାଉଛି । ତେବେ ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ନବରଙ୍ଗପୁର ସିମା ସିଲ୍ କଲା ପ୍ରଶାସନ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଶାସନ ଏହି ପଦକ୍ଷେପ ନେଇଛି । ଛତିଶଗଡରେ ଦ୍ରୁତଗତିରେ ବ୍ୟାପୁଛି କରୋନା ସଂକ୍ରମଣ । ଛତିଶଗଡରୁ ଆସୁଥିବା ସମସ୍ତ ଗାଡି ଚଳାଚଳ ଉପରେ କଟକଣା ଲଗାଇଲା ପ୍ରଶାସନ । ସୀମାରେ ଥିବା ଚେକ୍ ପୋଷ୍ଟକୁ ସିଲ ସହ ଯାଂଚ କଡାକଡି କରାଯାଇଛି । ଉମରକୋଟ ଦଣ୍ଡସରା ଠାରେ ମଧ୍ୟ କଟକଣା କଡାକଡି କରାଯାଇଛି । ଚେକ୍ ପୋଷ୍ଟରେ ଆସୁଥିବା ଲୋକଙ୍କୁ ମରାଯାଇଛି ନେଗେଟିଭ ରିପୋର୍ଟ ।