ନବୀନ ନିବାସରୁ ଟିକେଟ ନେଲେ ରୁଦ୍ର

ନବୀନ ନିବାସରୁ ଟିକେଟ ନେଲେ ରୁଦ୍ର

ନବୀନ ନିବାସରୁ ଟିକେଟ ନେଲେ ରୁଦ୍ର
ଭୁବନେଶ୍ୱର: ନବୀନ ନିବାସରେ ପିପିଲିର ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ । ରୁଦ୍ର ପ୍ରାର୍ଥୀ ହେବା ପରେ ପ୍ରଥମ ଥର ନବୀନଙ୍କୁ ପରିବାର ଲୋକେ ଭେଟିଲେ । ରୁଦ୍ରଙ୍କ ସାଙ୍ଗରେ ଭଉଣୀ ପଲ୍ଲବୀ ଓ ଭିଣୋଇ ଅଦେ୍ର୍ଧନ୍ଦୁ ଅଛନ୍ତି । ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ବୈଠକରେ ବିଜେଡିର ତୁଙ୍ଗ ନେତା ଉପସ୍ଥିତ ଥିଲେ । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଠାରୁ ପିପିଲି ଉପନିର୍ବାଚନ ଟିକେଟ ଗ୍ରହଣ କଲେ ରୁଦ୍ର । ବିଜେଡିର ବରିଷ୍ଠ ନେତା ଦେବୀ ମିଶ୍ର ଓ ପ୍ରଣବ ବଳବନ୍ତରାୟ ଉପସ୍ଥିତ ଥିଲେ । ପ୍ରକାଶ ଯେ, “ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ପ୍ରଦୀପ ମହାରଥୀଙ୍କ ପୁଅକୁ ପିପିଲିରୁ ପ୍ରାର୍ଥୀ କରିବା ସହ ଆମ ପରିବାରକୁ ପ୍ରାଧାନ୍ୟ ଦେଇଥିବାରୁ ତାଙ୍କ ନିକଟରେ ବହୁ କୃତଜ୍ଞ। ୟାଠୁ ବଳି ଖୁସି ଖବର କିଛି ନାହିଁ। ମୁଁ ମା’ ହିସାବରେ ବହୁତ ଖୁସି।” ପିପିଲି ନିର୍ବାଚନରେ ମହାରଥୀ ପରିବାରର କାହାକୁ ଟିକେଟ ମିଳିବ ବୋଲି ଅଙ୍କକଷା ଚାଲିଥିବା ବେଳେ ବିଜେଡି ତରଫରୁ ରୁଦ୍ରଙ୍କ ନାମ ଘୋଷଣା କରାଯିବା ପରେ ଏପରି ଭାବେ ନିଜ ଖୁସି ବ୍ୟକ୍ତ କରିଥିଲେ ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ପତ୍ନୀ ପ୍ରତିଭା ମହାରଥୀ।