ନବୀନ ନିବାସରେ ବାଦ ପଡ଼ିଥିବା ମନ୍ତ୍ରୀ

ନବୀନ ନିବାସରେ ବାଦ ପଡ଼ିଥିବା ମନ୍ତ୍ରୀ

ନବୀନ ନିବାସରେ ବାଦ ପଡ଼ିଥିବା ମନ୍ତ୍ରୀ

ଭୁବନେଶ୍ୱର:  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆ ମନ୍ତ୍ରୀମଣ୍ଡଳ ଗଠନ କରିଛନ୍ତି । ସେଥିରେ କିଛି ପୁରୁଣା ତଥା ପୁରୁଖା ନେତାଙ୍କୁ ଆଉ ଥରେ ମନ୍ତ୍ରୀପଦ ଦିଆଯାଇଥିବା ବେଳେ କିଛି ନୂଆ ଚେହେରାଙ୍କୁ ଦେଖିବାକୁ ମିଳିଛି । କିଛି ପୁରୁଣା ମନ୍ତ୍ରୀଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ ଦିଆଯାଇଛି । ତେବେ  ଯେଉଁମାନଙ୍କୁ ନୂତନ ମନ୍ତ୍ରିମଣ୍ଡଳରୁ ବାଦ ପଡ଼ିଛନ୍ତି ସେମାନେ ଆଜି ନବୀନ ନିବାସରେ ପହଞ୍ଚିଥିବା ଜଣାଯାଇଛି ।  ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ସହ ବାଦ ପଡ଼ିଥିବା ନେତାଙ୍କ ବୈଠକ ବସିଥିବା ଜଣାଯାଇଛି ।  ବିଭିନ୍ନ ପ୍ରସଙ୍ଗକୁ ନେଇ ନବୀନଙ୍କ ସହ ସେମାନଙ୍କ ବୈଠକ ଚାଲିଥିବା ଜଣାଯାଇଛି ।  ନୂଆ ମନ୍ତ୍ରିମଣ୍ଡଳ ଗଠନ ବେଳେ ୧୦ ଜଣ ମନ୍ତ୍ରୀ ବାଦ ପଡ଼ିଛନ୍ତି । ତେବେ ବାଦ ପଡ଼ିଥିବା ମନ୍ତ୍ରୀମାନଙ୍କୁ ସଂଗଠନକୁ ମଜଭୁତ କରିବା ପାଇଁ ନୂଆ ଦାୟିତ୍ୱ ଦିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି । ଏନେଇ ନବୀନ ନିବାସରେ ମାନସମନ୍ଥନ ହେଉଥିବା ମଧ୍ୟ ରାଜନୈତିକ ମହଲରେ କୁହାଯାଉଛି ।  

 ବିଦା ମନ୍ତ୍ରୀଙ୍କ ମଧ୍ୟରେ ଦଳୀୟ ସଙ୍ଗଠନ ଏବଂ ନିର୍ବାଚନ ପରିଚାଳନାରେ ବିଶେଷ ଦବ୍ଦବା ରଖୁଥିବା ସୁଶାନ୍ତ ସିଂହ ରହିଛନ୍ତି। କିନ୍ତୁ ସୁଶାନ୍ତଙ୍କୁ ଦଳୀୟ ସାଙ୍ଗଠନିକ ପୁନର୍ବିନ୍ୟାସ କାଳରେ କିଛି ଗୁରୁତ୍ବପୂର୍ଣ୍ଣ ପଦ ମିଳିପାରେ ବୋଲି ଦଳରେ ଚର୍ଚ୍ଚା ଚାଲିଛି। ସେହିପରି ବାଦ୍ ପଡିଥିବା ମନ୍ତ୍ରୀଙ୍କ ଭିତରେ ଥିବା ବିକ୍ରମକେଶରୀ ଆରୁଖଙ୍କୁ ବାଚସ୍ପତି କରାଯିବା ସମ୍ଭାବନା ଥିବାବେଳେ ଅନ୍ୟମାନଙ୍କୁ ସାଙ୍ଗଠନିକ କାର୍ୟ୍ୟରେ ନିୟୋଜିତ କରାଯାଇପାରେ। ପୂର୍ବ ମନ୍ତ୍ରିମଣ୍ଡଳରୁ ବାଦ୍ ପଡିଥିବା ମନ୍ତ୍ରୀଙ୍କ ମଧ୍ୟରେ ଅଛନ୍ତି ପ୍ରତାପ ଜେନା, ଅରୁଣ ସାହୁ, ଦିବ୍ୟଶଙ୍କର ମିଶ୍ର, ପଦ୍ମନାଭ ବେହେରା, ସୁଶାନ୍ତ ସିଂହ, ରଘୁନନ୍ଦନ ଦାସ, ପଦ୍ମିନୀ ଦିଆନ, ବିକ୍ରମକେଶରୀ ଆରୁଖ, ସୁଦାମ ମାର୍ଣ୍ଡି, ପ୍ରେମାନନ୍ଦ ନାୟକ ଏବଂ ଜ୍ୟୋତିରଞ୍ଜନ ପାଣିଗ୍ରାହୀ।