ନିଆଁ ଲାଗି ୪ ଜଣ ଗୁରୁତର
ନିଆଁ ଲାଗି ୪ ଜଣ ଗୁରୁତର
admin
Jan 11, 2021 - 06:39
Updated: Jan 11, 2021 - 06:39
ବ୍ରଜରାଜନଗର: ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ପୌରାଞ୍ଚଳ ଅନ୍ତର୍ଗତ ହରିଓମ ବିହାର ଅଞ୍ଚଳରେ ଘରଭିତରେ ଶୋଇଥିବା ଅବସ୍ଥାରେ ପଲଙ୍କରେ ନିଆଁ ଲାଗି ୪ ଜଣ ଗୁରୁତର ଆହତ ହୋଇଛନ୍ତି।
ଗୁରୁତରଙ୍କ ମଧ୍ୟରେ ବଲଜିତ କୌର (୬୧), ତାଙ୍କର ବିଧବା ଝିଅ ମଞ୍ଜିତ କୌର (୩୬), ନାତୁଣୀ ଈପ୍ସିତ କୌର ( ୭), ମଝିଆଁ ପୁଅ ରାଜେନ୍ଦ୍ର ସିଂହ(୩୨) ଅଛନ୍ତି। ଆହତମାନଙ୍କୁ ପ୍ରଥମେ ଚିକିତ୍ସା ପାଇଁ ମଣ୍ଡାଳିଆସ୍ଥିତ କେନ୍ଦ୍ରୀୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ରାଉରକେଲା ଆରଜିଏଚକୁ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁସାରେ ହରିଓମ ବିହାରରେ ରହୁଥିବା ସିଂହ ପରିବାରର ମୁଖ୍ୟ ଗୁରମିତ ସିଂହଙ୍କର ପୂର୍ବରୁ ମୃତ୍ୟୁ ଘଟିଛି। କିଛି ମାସ ତଳେ ସ୍ବର୍ଗତ ଗୁରମିତ ସିଂହଙ୍କ ଝିଅ ମଞ୍ଜିତଙ୍କର ସ୍ୱାମୀଙ୍କ ଦେହାନ୍ତ ଯୋଗୁ ମଞ୍ଜିତ ଶାଶୂଘରୁ ଚାଲିଆସି ବ୍ରଜରାଜନଗରରେ ନିଜ ବାପଘରେ ରୁହୁଛନ୍ତି। ତାଙ୍କ ସହିତ ଛୋଟ ଝିଅ ଈପ୍ସିତ ମଧ୍ୟ ରହୁଛି।
ଗତକାଲି ଗୁରମିତ ସିଂହଙ୍କ ଶ୍ରାଦ୍ଧବାର୍ଷିକୀ ଥିଲା। ପରିବାର ପକ୍ଷରୁ ଦରିଦ୍ର ନାରାୟଣ ସେବା କରାଯାଇଥିଲା। ରାତିରେ ଗୋଟିଏ କୋଠରିରେ ଥିବା ଡବଲ ବେଡ ପଲଙ୍କରେ ବଲଜିତ କୌର, ଝିଅ ମଞ୍ଜିତ ଓ ନାତୁଣୀ ଈପ୍ସିତ ଶୋଇଥିଲେ। ଅଳ୍ପଦୂରରେ ଥିବା ଅନ୍ୟ ଏକ ଖଟରେ ମଝିଆଁ ପୁଅ ରାଜେନ୍ଦ୍ର ସିଂହ ଶୋଇଥିଲେ। ଅନ୍ୟ ଏକ କୋଠରିରେ ସାନପୁଅ ରବୀନ୍ଦ୍ର ସିଂହ ଶୋଇଥିଲେ। ମଝିଆଁ ପୁଅ ରାଜେନ୍ଦ୍ର ସିଂହ ଶୋଇଥିବା ଖଟରେ ନିଆଁ ଲାଗି ନାହିଁ।