ନିଜର ଅନ୍ତିମ ସଂସ୍କାର କଲେ ମହିଳା

ନିଜର ଅନ୍ତିମ ସଂସ୍କାର କଲେ ମହିଳା

ନିଜର ଅନ୍ତିମ ସଂସ୍କାର କଲେ ମହିଳା
ଶୀର୍ଷକଟି ନିଶ୍ଚିତ ଭାବେ ସମସ୍ତଙ୍କୁ ଚକିତ କରିଦେବ । କିନ୍ତୁ ଚିଲିର ଜଣେ ମହିଳା ଏଭଳି କରି ଚର୍ଚ୍ଚା ସୃଷ୍ଟି କରିଛନ୍ତି । ଏଥିପାଇଁ ସେ ୭୫ ହଜାର ଟଙ୍କା ବି ଖର୍ଚ୍ଚ କରିଛନ୍ତି । କରୋନା ଜନିତ ମୃତୁ୍ୟସଂଖ୍ୟା ସାରା ବିଶ୍ୱକୁ ପ୍ରଭାବିତ କରୁଛି । ଚିଲିର ଜଣେ ମହିଳା କରୋନା ଜନିତ ମୃତୁ୍ୟରେ ପ୍ରଭାବିତ ହୋଇ ସେ ନିଜର ନକଲି ଅନ୍ତିମ ସଂସ୍କାର କରିଥିଲେ । ଏହି ମହିଳା ଜଣଙ୍କ ହେଉଛନ୍ତି ଚିଲ୍ଲିର ସାଣ୍ଟିଆଗୋରେ ରୁହୁଥିବା ୫୯ ବର୍ଷିଆ ମହିଳା ମିରା ଆଲୋଁଜୋ । କରୋନା ଜନିତ ମୃତୁ୍ୟକୁ ଦେଖି ସେ ତାଙ୍କ ଅନ୍ତିମ ସଂସ୍କାର କଥା ଚିନ୍ତା କରୁଥିଲେ । ଏହି ସମୟରେ ସେ ତାଙ୍କ ଅନ୍ତିମ ସଂସ୍କାରର ରିହରସଲ କରିବାକୁ ଚିନ୍ତା କଲେ । ଏଥିପାଇଁ ସେ ତାଙ୍କ ସମସ୍ତ ବନ୍ଧୁଙ୍କୁ ଡାକି ତାଙ୍କ ଯୋଜନା ସମ୍ପର୍କରେ କହିଥିଲେ । ଏହି ଅନ୍ତିମ ସଂସ୍କାର ପାଇଁ ମହିଳା ଜଣଙ୍କ ୭୧୦ ପାଉଣ୍ଡ ଅର୍ଥାତ ୭୫୦୦୦ ଟଙ୍କା ଖଚ୍ଚର୍୍ କରିଛନ୍ତି । ଡୋମିନିକାନ୍ ନୁ୍ୟଜ୍ ସାଇଟ ଲିଷ୍ଟିନ ଅନୁଯାୟୀ ମିରା ତାଙ୍କ ଅନ୍ତିମ ସଂସ୍କାର ସମୟରେ କିଛି ଘଣ୍ଟା ପାଇଁ କଫିନ୍ରେ ଶୋଇଥିଲେ । ସେ ଏହି କଫିନ୍କୁ ଗୋଟିଏ ଦିନ ପାଇଁ ଭଡାରେ ଆଣିଥିଲେ । ଏହା ସହିତ ମିରାଙ୍କ ପରିବାର ଲୋକ ଓ ସାଙ୍ଗମାନେ ନକଲି ଲୁହ ଢାଳିଥିଲେ । ସେଠାରେ ଉପସ୍ଥିତ ଥିବା ଲୋକ ଫଟୋ ମଧ୍ୟ ଉଠାଉଥିଲେ । ଏହି ଉସôବରେ ମିରା ଏକ ଧଳା ପୋଷାକ ଏବଂ ଫୁଲ ମୁକୁଟ ପିନ୍ଧିଥିଲେ ଓ ନାକରେ ତୁଳା ଦେଇଥିଲେ । ଏହା ସହ ମିରା ସମସ୍ତ ବ୍ୟବସ୍ଥା କରିଥିଲେ ଯାହା ଅନ୍ତିମ ସଂସ୍କାରରେ କରାଯାଏ । ଏଥିପାଇଁ ମିରାଙ୍କୁ ସୋସିଆଲ ମିଡିଆ ରେ ଅନେକ ସମାଲୋଚନା ମଧ୍ୟ କରାଯାଉଛି ।