ନିରୋଜଙ୍କ ସ୍ୱପ୍ନ ସାକାର: ବାପା-ମା’ ବିମାନରେ ବସିଲେ
ନିରୋଜଙ୍କ ସ୍ୱପ୍ନ ସାକାର: ବାପା-ମା’ ବିମାନରେ ବସିଲେ
ଭୁବନେଶ୍ୱର: ପୁଅ ହେବ ତ ଏମିିିତି । ଅଲମ୍ପିକରେ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତି ଦେଶ ପାଇଁ ଗୌରବ ଆଣିଥିବା ନିରୋଜ ଚୋପ୍ରାଙ୍କ ଏକ ବଡ଼ ସ୍ୱପ୍ନ ପୂରଣ ହୋଇଛି । ନିଜ ବାପା-ମା’ ବିମାନରେ ବୁଲାଇ ନେଇଛନ୍ତି ନିରୋଜ । ନିଜେ ଟ୍ୱିଟ୍ କରି ଏ ନେଇ ସୂଚନା ଦେଇଛନ୍ତି ନିରୋଜ ।
ନିରୋଜ କହିଛନ୍ତି, ଜୀବନରେ ଏକ ବଡ଼ ସ୍ୱପ୍ନ ଥିଲା-ବାପା, ମା’ଙ୍କୁ ବିମାନରେ ଯାତ୍ରା କରାଇବା । ଆଜି ସେ ସ୍ୱପ୍ନ ପୂରଣ ହୋଇଛି । ପ୍ରଥମ ଥର ପାଇଁ ମୋ’ ବାପା-ମା’ ଆଜି ବିମାନରେ ବସିଛନ୍ତି । ଏହା ମୋ’ ପାଇଁ ବେଶ ଖୁସିର ସମୟ । ବାପା-ମା’ଙ୍କ ସହ ନିରୋଜ ବିମାନରେ ଯିବାବେଳେ ସେଲ୍ଟି ଉଠାଇ ସୋସିଆଲ ମିଡିଆରେ ସେୟାର ବି କରିଛନ୍ତି । ଏମିତି ଜଣେ ସୁନା ପୁଅକୁ ପାଇ ବାପା-ମା’ ଗର୍ବିତ ।




admin 