ନିଲାମ ହେବ ରାଣୀଙ୍କ ଚା ପ୍ୟାକେଟ
ନିଲାମ ହେବ ରାଣୀଙ୍କ ଚା ପ୍ୟାକେଟ
ଲଣ୍ଡନ : ବ୍ରିଟେନ ମହାରାଣୀ ଏଲିଜାବେଥ (ଦ୍ବିତୀୟ)ଙ୍କର ଗୁରୁବାର ଦିନ ୯୬ ବର୍ଷ ବୟସରେ ପରଲୋକ ଘଟିଛି। ବ୍ରିଟେନ ରାଜତନ୍ତ୍ରରେ ସର୍ବାଧିକ ସମୟ ଶାସନରେ ରହିଥିବା ରାଣୀ ଏଲିଜାବେଥଙ୍କର ସ୍କଟ୍ଲାଣ୍ଡ୍ର ବାଲମୋରାଲ ମହଲରେ ପରଲୋକ ଘଟିଥିବା ରାଜ ପରିବାର ପକ୍ଷରୁ ଘୋଷଣା କରାଯାଇଥିଲା। ତେବେ ତାଙ୍କ ମୃତ୍ୟୁ ପରେ ବର୍ତ୍ତମାନ ମହାରାଣୀ ବ୍ୟବହାର କରିଥିବା କିଛି ଦୁର୍ମୁଲ୍ୟ ସାମଗ୍ରୀକୁ ଏବେ ଅନଲାଇନ ୱେବସାଇଟ ମାଧ୍ୟମରେ ବିକ୍ରି କରାଯିବାର ଦେଖିବାକୁ ମିଳିଛି | ବଡ କଥା ଯେ ଏବେ ଅନଲାଇନ ପୋର୍ଟାଲରେ ଉପଲବ୍ଧ ସାମଗ୍ରୀ ମଧ୍ୟରେ ଏକ ଚା ପ୍ୟାକେଟ ମଧ୍ୟ ରହିଛି, ଯାହାର ମୂଲ୍ୟ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ |
ବାସ୍ତବରେ ମହାରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କର ୭୦ ବର୍ଷର ରାଜତ୍ୱକୁ ସ୍ମରଣ କରିବା ପାଇଁ, ଅନଲାଇନ ପ୍ଲାଟଫର୍ମ ଇବେର ଜଣେ ୟୁଜର୍ସ ରାଣୀଙ୍କ ଦ୍ୱାରା ବ୍ୟବହୃତ ଏକ ଚାହା ପ୍ୟାକେଟକୁ ତାଲିକାଭୁକ୍ତ କରିଛନ୍ତି | ୧୯୯୮ରେ ୱିଣ୍ଡସର୍ ଦୁର୍ଗରୁ ଏହି ଚାହା ପ୍ୟାକେଟ ଚୋରି ହୋଇଥିବା ନେଇ ବିକ୍ରେତା ଜଣକ ଦାବି କରିଛନ୍ତି | ଆଉ ବିକ୍ରେତା ଜଣକ ଏହି ଚା ପ୍ୟାକେଟର ନିଲାମ ମୂଲ୍ୟ ୧୨,୦୦୦ ଡଲାର ବା ଭାରତୀୟ ମୁଦ୍ରାରେ ପ୍ରାୟ ୯ ଲକ୍ଷ ଟଙ୍କା ରଖିଛନ୍ତି |ଏହି ସାମଗ୍ରୀ ବାବଦରେ ବର୍ଣ୍ଣନା କରି ବିକ୍ରେତା କହିଛନ୍ତି ଯେ, ୧୯୯୮ ମସିହାରେ ଆପଣ ଏହାକୁ ଦେଖିଥିବେ। ଏହା ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ଦ୍ୱାରା ବ୍ୟବହୃତ ହୋଇଥିଲା ଏବଂ ୱିଣ୍ଡସର୍ ଦୁର୍ଗରୁ ଚୋରି ହୋଇଥିଲା | ତେବେ ଏହି ଚା ପ୍ୟାକେଟ ସହିତ ଏହି ସାର୍ଟିଫିକେଟକୁ ମଧ୍ୟ ସଂଲଗ୍ନ କରାଯାଇଛି | ଇନଷ୍ଟିଚ୍ୟୁଟ୍ ଅଫ୍ ଏକ୍ସଲେନ୍ସ ଇନ ସାର୍ଟିଫିକେଟ୍ ଅଫ୍ ଅଥେନଟିସିଟି ସାର୍ଟିଫିକେଟକୁ ଏହା ସହିତ ଯୋଡାଯାଇଛି |




admin 