ନିଶା ଦେଇ ଲୁଟିବା ପରେ ଫିଙ୍ଗିଦେଲେ

ନିଶା ଦେଇ ଲୁଟିବା ପରେ ଫିଙ୍ଗିଦେଲେ

ନିଶା ଦେଇ ଲୁଟିବା ପରେ ଫିଙ୍ଗିଦେଲେ
ଭୁବନେଶ୍ୱର: ଭୁବନେଶ୍ୱରରେ ଲୁଟିଆଙ୍କ ଉପôାତ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଜଣେ ଯାତ୍ରୀଙ୍କୁ ନିଶା ଦେଇ ଲୁଟପାଟ କରିବା ପରେ ଚେତାଶୂନ୍ୟ ଅବସ୍ଥାରେ ତାଙ୍କୁ ଏକ ଜଙ୍ଗଲିଆ ସ୍ଥାନରେ ଫିଙ୍ଗିଦେବା ଘଟଣା ରବିବାର ସକାଳ ସମୟରେ ପୁଲିସ ନଜରକୁ ଆସିଥିଲା । ଯାଜପୁର ସିଂହପୁର ଅଞ୍ଚଳର ରାଜେଶ ସାହୁ ମୁମ୍ବାଇରେ ଶ୍ରମିକ ଭାବେ କାର୍ଯ୍ୟ କରନ୍ତି । ସେଠାରୁ ଟ୍ରେନ ଯୋଗେ ନିଜ ଗାଁକୁ ଫେରୁଥିବା ବେଳେ ରାତି ୩ଟାରେ ଭୁବନେଶ୍ୱର ଷ୍ଟେସନରେ ଓହ୍ଲାଇଥିଲେ । ଗାଁକୁ ଯିବା ଲାଗି ରାତିରେ ବସ ନଥିବାରୁ ବାହାରେ ଆସି ବୁଲୁଥିଲେ । ଏହି ସମୟରେ ୨ ଜଣ ଅଟୋ ଚାଳକ ରାଜେଶଙ୍କ ଠାରୁ ଠିକଣା ବୁଝିଥିଲେ । ତାରେ ଅଟୋରେ ନେଇ ବସରେ ଛାଡ଼ି ଦେବୁ କହି ପ୍ରତିଶ୍ରୁତି ଦେଇଥିଲେ । ତାଙ୍କ କଥାରେ ରାଜେଶ ରାଜି ହୋଇଯିବାରୁ ନିଜର ଜିନିଷ ପତ୍ର ସହିତ ଅଟୋରେ ବସିଥିଲେ । କିଛି ବାଟ ଗଲା ପରେ ସେମାନେ ରାସ୍ତାର ଏକ ଚା ଦୋକାନରେ ନିଶା ଦେଇ ରାଜେଶଙ୍କ ପାଖରେ ଥିବା ୧୭ ହଜାର ଟଙ୍କା ନେବା ପରେ ବାଣୀବିହାର ଓ ଭିଏସଏସ ନଗର ର ଏକ ଘଞ୍ଚ ଜଙ୍ଗଲିଆ ଜାଗାରେ ଫିଙ୍ଗି ଦେଇ ଚାଲିଯାଇଥିଲେ । ଖବର ପାଇ ସହିଦ ନଗର ଥାନା ପିସିଆର ଘଟଣା ସ୍ଥଳରେ ପହଞ୍ଚି ରାଜେଶଙ୍କୁ ଉଦ୍ଧାର କରି ତାଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେ ସୁସ୍ଥ ହେବା ପରେ ଛାଡ଼ି ଦିଆଯାଇଛି ।